
ନୂଆପଡ଼ା : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡା ପଞ୍ଚାୟତ ଗମ୍ଭାରୀଗୁଡା ଗ୍ରାମକୁ ରାଜସ୍ୱ ଗ୍ରାମ ମାନ୍ୟତା ନେଇ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ନୂଆପଡା ଜିଲ୍ଲା ବିଜେପି ସଭାପତି ସୁବ୍ରତ କୁମାର ଠାକୁରଙ୍କ ନେତୃତ୍ୱରେ ନୂଆପଡ଼ା ଉପଜିଲ୍ଲାପାଳଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଗମ୍ଭାରୀଗୁଡା ଗ୍ରାମରେ ପ୍ରାୟ ୧ ହଜାର ଜନସଂଖ୍ୟ ଥିବା ବେଳେ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ର ତଥା ଜଙ୍ଗଲ ଜମି, ଗୋଚର ଭୂମି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି। ରାଜସ୍ୱ ଗ୍ରାମ ନୂଆପଡାକୁ ଯିବାକୁ ହେଲେ ପାଞ୍ଚ ରୁ ଆଠ କିମି ଦୂର ଯିବାକୁ ପଡ଼ିଥାଏ। ଦୀର୍ଘ ଦିନରୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଦାବି କରାଯାଉ ଥିବା ବେଳେ ପୂର୍ବରୁ ସିନାପାଲି ତହସିଲଦାରଙ୍କୁ ମଧ୍ୟ ଲିଖିତ ନିବେଦନ କରାଯାଇଥିବା ପ୍ରକାଶ କରିଛନ୍ତି। ନୂଆପଡା ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସମୟରେ ଶ୍ରୀ ଠାକୁରଙ୍କ ସମେତ କୋଦଣ୍ଡ ରାଉତରାୟ, ପ୍ରତାପ ମେହେର, ସବ୍ୟସାଚୀ ଦଣ୍ଡସେନା, ବିସିକେସନ ମାଝୀ, ଦେବରାଜ ମାଝୀ, ଯୁଧିଷ୍ଠିର ଦାସ, ଅଭିରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO