-
ସ୍ମାର୍ଟ ହାଇସ୍କୁଲ ବୁଲି ଦେଖିଲେ
-
ସ୍ୱାସ୍ଥ୍ୟ ସେବା ନେଇ ଜନ ଅସନ୍ତୋଷ

ଗଞ୍ଜାମ, ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ଗସ୍ତ କରିଛନ୍ତି । ସେ ସମସ୍ତ ପଚାଂୟତ ବୁଲି ସ୍ମାର୍ଟ ହାଇସ୍କୁଲ ଗୁଡିକ ପରିଦର୍ଶନ କରୁଛନ୍ତି । ଏହା ସହ ନେତୃସ୍ଥାନୀୟ ବ୍ୟକ୍ତବିଶେଷଙ୍କ ସହିତ ଆଲୋଚନା କରୁଛନ୍ତି । ଶେରଗଡ଼ ବ୍ଲକ ଓ ହିଞ୍ଜିଳି ବ୍ଲକର ହାଇସ୍କୁଲ ଗୁଡିକ ରୋଲ୍ ମଡ଼େଲ ହୋଇଥିା ଯୋଗୁଁ ସଚିବ, ଉପସଚିବ, ଜିଲ୍ଲାପାଳ ଓ ଉପଜିଲ୍ଲାପାଳ, ପି.ଡ଼ି. ନିୟମିତ ବ୍ୟବଧାନରେ ଶେରଗଡ଼ ଆସି ସମୀକ୍ଷା କରି ଯାଉଛନ୍ତି । ଶେରଗଡ଼ ବ୍ଲକ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ଯୋଗୁଁ ବରିଷ୍ଠ ଅଧିକାରୀ ମାନେ ବିକାଶ ଦାୟୀତ୍ୱ ନେଇଛନ୍ତି ।
କିନ୍ତୁ ଶେରଗଡ଼ ବ୍ଲକ୍ ବାସୀଙ୍କ ଏକମାତ୍ର ଭରସା ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ସମସ୍ୟାର ସ୍ଥାୟୀ ସମାଧାନ ନହେବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଶେରଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ବହୁ ଦିନ ଧରି ଭେଷଜ, ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ଏବଂ ଶିଶୁ ରୋଗ ବିଶେଷଜ୍ଞ ପଦବୀ ଖାଲି ପଡିଥିଲେ ମଧ୍ୟ ତାହା ପୁରଣ ହୋଇପାରୁନାହିଁ । ଯାହା ଫଳରେ ଶେରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବର୍ତମାନ ରେଫର ଟୁ ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ର ହୋଇପଡିଛି, ତେଣୁ କେବଳ ଶିକ୍ଷା ନୁହେଁ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO