
ନୂଆପଡ଼ା: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର ପଞ୍ଚାୟତ ହିରାପୁର ଗ୍ରାମର ଜୈନିକ ମହିଳା ମ୍ରୁତ୍ୟୁ ଘଟଣାକୁ ନେଇ ପ୍ରଶାସନ ଦ୍ୱନ୍ଦରେ ପଡିଛି। ମହିଲା ଜଣକଙ୍କ ମ୍ରୁତ୍ୟୁକୁ ନେଇ ସିନାପାଲି ଥାନାରେ ଏକ ଅପମ୍ରୁତ୍ଯୁ ମାମଲା ରୁଜୁ ହୋଇଥିବା ବେଳେ ପରିବାର ଲୋକେ କରୋନା ଟିକା ନେବା ପରେ ମ୍ରୁତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି। ଏ ଘଟଣାକୁ ନେଇ ପ୍ରଶାସନ କରୋନା ଟିକାରେ ମ୍ରୁତ୍ୟୁ ନ ଘଟି ଏକ ଅସ୍ୱାଭାବିକ ମ୍ରୁତ୍ୟୁ ହୋଇଛି। ଏପରିକି ମହିଳା ଜଣକ ରକ୍ତହିନତା ଏବଂ ମହିଳା ଜଣକ ଗର୍ଭରୁ କ୍ରମାଗତ ଭାବରେ ଛୁଆ ଜନ୍ମ ନେଇଥିବା ରୁ ଏଭଲି ଘଟିଥିବା ସିନାପାଲି କୋଭିଡ ନୋଡାଲ ଡାକ୍ତର ଭୈରବ ପାଣିଗ୍ରାହୀ କହିଛନ୍ତି। ସୁଚନାଯୋଗ୍ୟଯେ ସିନାପାଲି ବ୍ଲକ ସ୍ଥିତ ଟିମନପୁର ପଞ୍ଚାୟତ ଶତ ପ୍ରତିଶତ କରୋନା ଟିକାକରଣ କରିବା ଅଭିଯାନ ଚାଲିଛି। ଏଥିରେ ଗତକାଲି ହିରାପୁର ଗ୍ରାମରେ ଟିକା କରଣ ଅଭିଯାନ ଚାଲିଥିଲା। ଗ୍ରାମର କୁମାରୀ ବନ୍ଦିଚୋର (୨୫) ନାମକ ମହିଳା
ଟିକା ନେଇଥିଲେ। ହେଲେ ଗତକାଲି ରାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଚେତାଶୂନ୍ୟ ହୋଇ ପଡିଥିଲେ। ହେଲେ ପରିବାର ଲୋକେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପୁର୍ବରୁ ଡାକ୍ତର ମ୍ରୁତ୍ୟୁ ଘୋଷଣା କରିଥିଲେ। ମୃତକଙ୍କ ସ୍ୱାମୀ ଜଗତରାମ ବନ୍ଦଛୋର ଅଭିଯୋଗ କରିବା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିବା ସହ ସିନାପାଲି ଥାନାରେ ଏକ ଅପମ୍ରୁତ୍ଯୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିବା ନେଇ ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନ ସୂଚନା ଦେଇଛନ୍ତି। ସିନାପାଲି ବ୍ଲକ ବଣପାହାଡ ଘେରା ହିରାପୁର ଗ୍ରାମରେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପ୍ରଶାସନ ତରଫରୁ ସିନାପାଲି ବିଡିଓ ସଦାଶିବ ନାୟକ, ଥାନାଧିକାରୀ ଡମ୍ୱରୁଧର ପ୍ରଧାନ, ଇନ୍ସପେକ୍ଟର କୁଲମଣି ବରୋଦା, ସୁଦର୍ଶନ ନାଏକ, ସିନାପାଲି ତହସିଲଦାର ଲୋକନାଥ ଶବର, ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି, ସମେତ ଅନେକ କର୍ମଚାରୀ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଚଲାଇଛନ୍ତି। ପ୍ରକୃତରେ କରୋନା ଟିକା ନେବା ପୂର୍ବରୁ କୌଣସି ବ୍ୟକ୍ତି ଅଘଟଣ ହେବା ପୂର୍ବରୁ ଅଧା ଘଣ୍ଟା ସମୟ ଥାଏ କିନ୍ତୁ ଗତକାଲି ଅପରାହ୍ନ ୩ ଟାରେ ଟିକା ନେବା ପରେ ରାତିରେ ମହିଳା ଜଣକ ଅଚେତ ହେବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ଜୈନିକ କାରଣ ଥିବା ଯୋଗୁ ଏଭଳି ମ୍ରୁତ୍ୟୁ ଘଟିଥିବା ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ବିବେକ ରଥ ପ୍ରକାଶ କରିଛନ୍ତି। ଏଭଳି କି ସମସ୍ତେ ଟିକା ନେଇ କରୋନା ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO