
ଟିକା ନେଇଥିଲେ। ହେଲେ ଗତକାଲି ରାତିରେ ଯନ୍ତ୍ରଣା ଅନୁଭବ କରିବା ସହ ଚେତାଶୂନ୍ୟ ହୋଇ ପଡିଥିଲେ। ହେଲେ ପରିବାର ଲୋକେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପୁର୍ବରୁ ଡାକ୍ତର ମ୍ରୁତ୍ୟୁ ଘୋଷଣା କରିଥିଲେ। ମୃତକଙ୍କ ସ୍ୱାମୀ ଜଗତରାମ ବନ୍ଦଛୋର ଅଭିଯୋଗ କରିବା ପରେ ପ୍ରଶାସନ ତଦନ୍ତ ଆରମ୍ଭ କରିବା ସହ ସିନାପାଲି ଥାନାରେ ଏକ ଅପମ୍ରୁତ୍ଯୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିବା ନେଇ ସିନାପାଲି ଥାନାଧିକାରୀ ଡମ୍ୱରୁଧର ପ୍ରଧାନ ସୂଚନା ଦେଇଛନ୍ତି। ସିନାପାଲି ବ୍ଲକ ବଣପାହାଡ ଘେରା ହିରାପୁର ଗ୍ରାମରେ ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପ୍ରଶାସନ ତରଫରୁ ସିନାପାଲି ବିଡିଓ ସଦାଶିବ ନାୟକ, ଥାନାଧିକାରୀ ଡମ୍ୱରୁଧର ପ୍ରଧାନ, ଇନ୍ସପେକ୍ଟର କୁଲମଣି ବରୋଦା, ସୁଦର୍ଶନ ନାଏକ, ସିନାପାଲି ତହସିଲଦାର ଲୋକନାଥ ଶବର, ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ମାଝି, ସମେତ ଅନେକ କର୍ମଚାରୀ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଚଲାଇଛନ୍ତି। ପ୍ରକୃତରେ କରୋନା ଟିକା ନେବା ପୂର୍ବରୁ କୌଣସି ବ୍ୟକ୍ତି ଅଘଟଣ ହେବା ପୂର୍ବରୁ ଅଧା ଘଣ୍ଟା ସମୟ ଥାଏ କିନ୍ତୁ ଗତକାଲି ଅପରାହ୍ନ ୩ ଟାରେ ଟିକା ନେବା ପରେ ରାତିରେ ମହିଳା ଜଣକ ଅଚେତ ହେବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ଜୈନିକ କାରଣ ଥିବା ଯୋଗୁ ଏଭଳି ମ୍ରୁତ୍ୟୁ ଘଟିଥିବା ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ବିବେକ ରଥ ପ୍ରକାଶ କରିଛନ୍ତି। ଏଭଳି କି ସମସ୍ତେ ଟିକା ନେଇ କରୋନା ମୁକାବିଲା ପାଇଁ ଆହ୍ବାନ ଦେଇଛନ୍ତି।