
ସେମାନେ ଏ ସମ୍ପର୍କରେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଚିକିତ୍ସକ ଦଳଙ୍କ ସହ ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ଆସୁସ୍ଥ ଗଜରାଜଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଫଳରେ ଗଜରାଜ ସାମାନ୍ୟ ସୁସ୍ଥ ହେଉଥିବା ଲକ୍ଷ୍ୟ କରାଯିବା ସହ ଶୁଣ୍ଢ ହଲାଇ ଥିଲା ଓ ଜୋର ଜୋରରେ ନିଶ୍ୱାସ ମାରିଥିଲା । କିନ୍ତୁ, ଚିକିତ୍ସକ ଦଳଙ୍କର ବହୁ ଉଦ୍ୟମ ସତ୍ୱେ ଶେଷରେ ବିଳମ୍ବିତ ରାତ୍ରୀରେ ଗଜରାଜ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗଜରାଜଙ୍କ ବୟସ ୩୫ ବର୍ଷ ହେବ ବୋଲି ବନ ବିଭାଗ ଆକଳନ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଗଜରାଜଙ୍କର ସୁରକ୍ଷା ନିମନ୍ତେ ସରକାରଙ୍କ ପକ୍ଷରୁ ଅଧିକରୁ ଅଧିକ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ବନ୍ୟପ୍ରାଣୀ ପ୍ରେମୀମାନେ ମତ ପ୍ରକାଶ କରିଛନ୍ତି ।