
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ପିତ୍ତଳ ପଂଚାୟତରେ ୧୧ଟି ଅଂଗନବାଡି କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବିଶ୍ୱମାତୃ ସ୍ତନ୍ୟପାନ ସପ୍ତାହ ପାଳନ ହୋଇଛି ସନ୍ତୋଷପୁର ୨ୟ କେନ୍ଦ୍ରରେ । ଏହି ଉପଲକ୍ଷେ ଏକ ପୃଷ୍ଟିକର ଖାଦ୍ୟ ମେଳା ଅନୁଷ୍ଠିତହୋଇଥିଲା । ଏହି ମେଳାକୁ ଗଞ୍ଜାମ ଜିଲାପାଳ ବିଜୟଅମୃତା କୁଲାଙ୍ଗେ ଓ ଶେରଗଡ ବିଡିଓ ଶମ୍ଭୁନାଥ ନନ୍ଦୀ ପରିଦର୍ଶନ କରି ବିଶେଷ ସନ୍ତୋଷ ପ୍ରକାଶ କରିଥିଲେ । ଶେରଗଡ ସିଡିପିଓ ଗୀତାରାଣୀ ରାଉଳ, ପରିଦର୍ଶିକା ସ୍ମିତାରାଣୀ ପ୍ରଧାନ, ଏ. ବାସନ୍ତୀ, ମିନତି ଜେନା ଏଥିରେ ଯୋଗଦେଇ ମାତୃ ସ୍ତନ୍ୟପାନର ଉପକାରିତା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଏହାର ଆୟୋଜନ କରିଥିଲେ ଅଂଗନବାଡିକର୍ମୀ ସଂଧ୍ୟାରାଣୀ ଦାଶ, ବବିତାପାତ୍ର, ଗୀତାଞ୍ଜଳି ନାୟକ, ନମିତା ବେହରା, ଏ. ସୁଜାତା, ବାସନ୍ତୁ ସାହୁ, ପୁଷ୍ପାଞ୍ଜଳି ପଣ୍ଡା, ମନିଷା ନାୟକ, ତୃଷ୍ଣା ମିଶ୍ର ଓ ରଂଜିତା ରଥ ।ଏହି କାର୍ଯ୍ୟକ୍ରମରେ ପିତ୍ତଳ ପଂଚାୟତର ସମସ୍ତ ଏସଏଚଜି ସଭ୍ୟା, ଗାଁ କଲ୍ୟାଣସମିତି ସଭ୍ୟ ସଭ୍ୟା, ଗର୍ଭବତୀ, ପ୍ରସୂତୀ ମା, କିଶୋରୀ, ସହାୟିକା ଓ ମହିଳା ସ୍ୱାସ୍ଥ୍ୟକର୍ମୀ ସରିତାପଣ୍ଡାଙ୍କ ମିଳିତ ସହଯୋଗରେ ପଂଚାୟତରେ ପଦଯାତ୍ରା କରି ଡବାକ୍ଷୀରର ଅପକାରିତା ଓ ମାତୃ ସ୍ତନ୍ୟପାନ ସର୍ବତ୍କୃଷ୍ଟ ନାରାଦେଇ ପରିକ୍ରମା କରିଥିଲେ । ଏହା ଜନସାଧାରଣଙ୍କୁ ବେଶ୍ ପ୍ରଭାବିତ କରିଥିବା ଜଣାପଡିଛି ।