
ଖୋର୍ଦ୍ଧା, ରାଜ୍ୟରେ କୋଭିଡ୍ ସ୍ଥିତି ତଳମୁହାଁ ହୋଇଥିବାରୁ ରାଜ୍ୟରେ ଅନଲକ୍ ନିୟମ ଲାଗୁ ହୋଇଛି । ତେବେ ଦୋକାନ ବଜାର କାର୍ଯ୍ୟକ୍ରମ, ଶିକ୍ଷାନୁଷ୍ଠାନ ଧୀରେ ଧୀରେ ଖୋଲିବା ପରେ ମନ୍ଦିର, ଶ୍ରଦ୍ଧାଳୁଙ୍କ ନିମନ୍ତେ ଧର୍ମାନୁଷ୍ଠାନ ଖାେଲିବା ନେଇ ଜିଲା ପ୍ରଶାସନ ନିଷ୍ପତି ନେଇଛନ୍ତି । ଏହି ପରିପ୍ରେକ୍ଷୀରେ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲାପାଳ ମନୋଜ କୁମାର ପାଢିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆସନ୍ତା ସୋମବାର ଠାରୁ ଖୋର୍ଦ୍ଧା ଉପଖଣ୍ଡରେ ଥିବା ବିଭିନ୍ନ ମନ୍ଦିର, ଧର୍ମାନୁଷ୍ଠାନ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଖୋଲିବା ପାଇଁ ଅନୁମତି ଦିଆଯାଇଛି । ତେବେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ।
ହେଲେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନେ ଦର୍ଶନ କରି ପାରିବେ । କୋଭିଡ କଟକଣା ମଧ୍ୟରେ ମନ୍ଦିରକୁ ଯାଇ ଶ୍ରଦ୍ଧାଳୁ ମାନେ ଠାକୁର ଦର୍ଶନ କରିପାରିବେ । ମାତ୍ର ରାତି ୮ଟା ପର୍ଯ୍ୟନ୍ତ ପୂଜକ କେବଳ ପୁଜା କରିପାରିବେ । ସେହିପରି ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ରୋଗୀ ଆଦି ବିଭିନ୍ନ ମନ୍ଦିର ଓ ଧର୍ମାନୁଷ୍ଠାନକୁ ନଯିବା ଉଚିତ ବୋଲି ବୈଠକରେ କୁହାଯାଇଛି । ଏପରିକି ଯଦି କୌଣସି ମନ୍ଦିର ବା ଧର୍ମାନୁଷ୍ଠାନରେ କୋଭିଡ କଟକଣା ଉଲଂଘନ କରାଯାଏ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି କୋଭିଡ ନିୟମ ପାଳନ ପାଇଁ ବିଭିନ୍ନ ଧର୍ମାନୁଷ୍ଠାନ କମିଟି ଦାୟିତ୍ୱ ନେବେ। ଏଥିପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସମ୍ପୃକ୍ତ ଧର୍ମାନୁଷ୍ଠାନ ଗୁଡିକୁ ନିୟମାବଳୀ ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଖୋର୍ଦ୍ଧା ଉପଖଣ୍ଡର ତହସିଲଦାର ଓ ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO