ଶ୍ରୀକ୍ଷେତ୍ର ସୂଚନା ସଂଗଠନ ପୁରୀ ତରଫରୁ ଆଗାମୀ ଅଗଷ୍ଟ ୯ (ସୋମବାର) ଦିନ ସଂଧ୍ୟା ୫ ଘଟିକା ସମୟରେ ବଡ଼ଦାଣ୍ଡ, ପୁରୀ ସ୍ଥିତ ଶ୍ରୀମନ୍ଦିର ପ୍ରଶାସନର ନିଳାଦ୍ରୀ ଭକ୍ତନିବାସ ଠାରେ “ବିଶ୍ଵନିୟନ୍ତାଙ୍କ ରଥ-ବିଶ୍ଵକର୍ମା (ହେ ବରିଷ୍ଠ ରଥସେବକ !ଆପଣଙ୍କୁ ପ୍ରଣାମ) ନାମକ ସମ୍ମାନିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ଶ୍ରୀକ୍ଷେତ୍ର ସୂଚନା ସଂଗଠନର ସାଧାରଣ ସମ୍ପାଦକ ରାଜେଶ କୁମାର ମହାନ୍ତି ଶୁକ୍ରବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ସୂଚନା ଅନୁଯାୟୀ ଏଥିରେ ତିନି ରଥର ବରିଷ୍ଠ ମହାରଣା ସେବକ, ରୂପକାର ସେବକ, ଚିତ୍ରକାର ସେବକ,ଭୋଇ ସେବକ, କମାର ସେବକ, ଦରଜୀ ସେବକ ଓ କରତୀ ସେବକମାନଙ୍କୁ ସେମାନଙ୍କ ତ୍ୟାଗ, ନିଷ୍ଠା ଓ ସେବା ମନୋଭାବକୁ ସମ୍ମାନ ଜଣାଇ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ । ଏଥିରେ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ୍ କୁମାର ,ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ-ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ପୁରୀଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷକ ଡ଼ କନୱାର ବିଶାଲ ସିଂହ ପ୍ରମୁଖ ଉପସ୍ଥିତ ରହି ସେବକ ମାନଙ୍କୁ ସମ୍ମାନିତ କରିବେ |
ଏହି ଉତ୍ସବରେ ଯୋଗଦାନ ନିମନ୍ତେ ନିମନ୍ତ୍ରିତ ଅତିଥି ମାନେ ହେଲେ
କ୍ୟାପଟେନ ପ୍ରଭାକର ଶତପଥୀ, ପ୍ରଫେସର ହରେକୃଷ୍ଣ ଶତପଥୀ, ଡଃ ଭଗବାନ ଜୟସିଂହ, ପ୍ରଫୁଲ କୁମାର ସାମନ୍ତରାୟ,ବଦ୍ରି ମିଶ୍ର,ଚକ୍ରଧର ମହାପାତ୍ର ଭରତ କୁମାର ନାୟକ,ଶ୍ୟାମପ୍ରକାଶ ସେନାପତି,ସତ୍ୟବ୍ରତ ଦାସ,ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିବେ |