ଭୁବନେଶ୍ୱର – ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ଐତିହାସିକ ବରୁଣେଇ ପାହାଡ଼ ତଳେ ୧୦ ଏକର ଜମି ପ୍ରଦାନ କରିବା ନିଷ୍ପତିକୁ ନିଖିଳ ପାଇକ ମହାସଂଘ ସ୍ୱାଗତ କରିଛି । ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପାଇକମାନଙ୍କ ପ୍ରତି ଏହା ଏକ ଶ୍ରେଷ୍ଠ ଉପହାର ବୋଲି ପ୍ରକାଶ କରିଛନ୍ତି । କଳିଙ୍ଗ ସମ୍ରାଟ ବିଜୁ ପଟ୍ଟନାୟକ ପାଇକ ଆଖଡ଼ାର ପୁନରୁଦ୍ଧାର ପାଇଁ ଯେଉଁ ପ୍ରୟାସ କରିଥିଲେ ରାଜ୍ୟ ସରକାର ଯଦି ଆଉ ପାଦେ ଆଗେଇ ଯାଇ ‘ପାଇକ ଏକାଡ଼େମୀ’ ଗଠନ କରନ୍ତେ, ତେବେ ବିଜୁ ବାବୁଙ୍କର ସ୍ୱପ୍ନ ସାକାର ହୋଇପାରନ୍ତା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପାଇକ ଆଖଡ଼ାର ଉନ୍ନତି ପାଇଁ ଯଦି ପ୍ର୍ରୟାସ କରନ୍ତେ ଏବଂ ଏହାକୁ ସ୍କୁଲ୍, କଲେଜରେ ସ୍ଥାନ ଦେଇ ଏନ୍.ସି.ସି, ସ୍କାଉଟ୍ ଭଳି ମାନ୍ୟତା ପ୍ରଦାନ କରନ୍ତେ, ତେବେ ଏହି ପୁରତନ ସମରକଳା ବଂଚିରହି ପାରନ୍ତା ବୋଲି ସେ କହିଛନ୍ତି ।
Related Stories
November 22, 2024