-
କାଠଗୁଡ଼ିକ ମହାପ୍ରସାଦ ରନ୍ଧନ ପାଇଁ ବ୍ୟବହାର କରାଯିବ
ଅଗଷ୍ଟ ୧୬ ତାରିଖ ରୁ ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ପୁରୀ ସହରବାସୀ । ଏଥିନେଇ ଆଜିଠୁ ରଥଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ଦେବୀ ସୁଭଦ୍ରାଙ୍କ ରଥର ଭଙ୍ଗା କାର୍ଯ୍ୟ ଆରମ୍ଭ କରାଯାଇଛି । ଭୋଇ ସର୍ଦ୍ଦାରଙ୍କ ନେତୃତ୍ବରେ ୯ ଭୋଇ ସେବକ ରଥଭଙ୍ଗା କାର୍ଯ୍ୟ କରୁଛନ୍ତି। ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର କଳସ ଓ ପାରାଭାଡ଼ି ଭଙ୍ଗା ଯାଇଛି। ୧୦ ଦିନ ଭିତରେ ୨ଟି ରଥ ଭଙ୍ଗା କାର୍ଯ୍ୟ ସାରିବେ |ଗତବର୍ଷ ତିନି ରଥକୁ ସଂରକ୍ଷଣ କରି ରଖିବା ନେଇ ଅତି ସତର୍କତାର ସହ ରଥ ଖୋଲା ଯାଇଥିଲା। ଚଳିତ ବର୍ଷ ରଥ ଭଙ୍ଗା ଯିବାପରେ କାଠଗୁଡ଼ିକ ଶ୍ରୀମନ୍ଦିର ରୋଷଶାଳକୁ ଯିବ।ମହାପ୍ରସାଦ ରନ୍ଧନ ପାଇଁ ଜାଳେଣି ଭାବେ ଏହାକୁ ବ୍ୟବହାର କରାଯିବ। ଦେବଦଳନ ପରେ ନନ୍ଦିଘୋଷ ଓ ଶେଷରେ ତାଳଧ୍ବଜ ରଥ ଭଙ୍ଗାଯିବ ।