
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅବକାରୀ ବିଭାଗର ଏକ ଟିମ୍ ଆଜି ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ମଦ ଭାଟିରେ ଚଢ଼ଉ କରିଛି । ବ୍ରହ୍ମପୁର ଅବକାରୀ ଅଧିକ୍ଷକ ରମେନ୍ଦ୍ର କୁମାର ନାୟକଙ୍କ ତତ୍ୱାବଧାନରେ ଏକ ଟିମ୍ ଚିକିଟି ଅବକାରୀ ଷ୍ଟେସନ ଅଂଚଳର କନ୍ଧବିଜିପୁର, ଚଢ଼େଇ ଗାଁ ଓ ଗଉଡୁଣୀ ଗ୍ରାମର ଜଙ୍ଗଲ ଅଂଚଳରେ ଚଢ଼ଉ କରିଥିଲା ।
ଚଢ଼ଉ ବେଳେ ବିଭିନ୍ନ ସ୍ଥାନରୁ ମୋଟ୍ ୭୫୦୦ କେଜି ଗୁଡ଼ ମିଶ୍ରିତ ପୋଚ ଓ ୨୪୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିଲା । ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କ ଉପସ୍ଥିତିରେ ଏହି ଚଢ଼ଉ ହୋଇଥିଲା ।ଚଢ଼ଉରେ ଚିକିଟି, ବିଏସଇ ବିଜୟ କୁମାର ଧାରୁଆ, ଚିକିଟି ରେଞ୍ଜ୍ ଇନ୍ସପେକ୍ଟର ମିହିର କୁମାର ସେଠୀ, ସଦର ରେଞ୍ଜ୍ ଇନ୍ସପେକ୍ଟର ଅର୍ଜ୍ଜୁନ ମଲ୍ଲିକ, ତପସ୍ୱିନୀ ବରାଳ, ସନ୍ତୋଷ କୁମାର ସାହୁ, ସୁବାଷ ଚନ୍ଦ୍ର ମହାକୁଡ଼ ଏବଂ ଜରଡ଼ା ଥାନା ଟିମ୍ ସାମିଲ୍ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO