
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ସୌନ୍ଦର୍ଯ୍ୟନଗର ସ୍ଥିତ ଏକ ଘରୁ ନକଲି ବିଦେଶୀ ମଦ ଫ୍ୟାକ୍ଟ୍ରି ଠାବ କରାଯାଇଛି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଜଣ ହେଲେ କବିସୂର୍ଯ୍ୟନଗରର ଦୀପକ ଗୌଡ଼ ଓ ଶିବରାମ ପରିଡ଼ା ପୋଲିସ ସେଠାରୁ ୩ ପେଟି ନକଲି ମଦ ଜବତ କରିଛି । ଏହା ସହିତ ୧୧ ବସ୍ତା ଖାଲି ବୋତଲ, ୫ ଲିଟର ଆସେକ୍ସ ଓ ୨୦ ଲିଟର ସ୍ପିରିଟ୍ ସହିତ ବିପୁଳ ପରିମାଣରେ ଷ୍ଟିକର ଓ ଠିପି ଜବତ କରିଛି ।
ଅଭିଯୁକ୍ତ ମାନେ କୋଲକାତାରୁ ଏସବୁ କଂଚାମାଲ ଆଣି ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ ପ୍ରସ୍ତୁତ କରିଥିଲେ । ପ୍ରସ୍ତୁତ ପରେ ଏହାକୁ ବିଭିନ୍ନ ଅଂଚଳକୁ ଚାଲାଣ କରାଯାଉଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ ଏହି କାରବାରର ପର୍ଦ୍ଦାଫାଶ କରିଛି । ଏ ସଂକ୍ରାନ୍ତରେ ସଦର ଥାନାରେ କେସ୍ ନଂ ୨୬୧/୨୧ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।