
ଭୁବନେଶ୍ୱର,ରାଜ୍ୟରେ କରୋନାରେ ଆଉ ୬୬ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୬୨୩୬ ହୋଇ ଯାଇଛି ।ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୧ ଜଣ ଭୁବନେଶ୍ୱରର ରହିଛନ୍ତି । ସେହିପର ି ପୁରୀ ଓ ସୁନ୍ଦରଗଡ ଜିଲ୍ଲାରେ ୧୨-୧୨ ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । କଟକ ଜିଲ୍ଲାରେ ୧୧ ଜଣ ଓ କେନ୍ଦ୍ରାପଡା ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଛିା ବରଗଡ ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଛି ।
ବାଲେଶ୍ୱର ଓ ଢେଙ୍କାନାଳ ଜିଲ୍ଲାରେ ୨-୨ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।
ଭଦ୍ରକ, ଯାଜପୁର, କେନ୍ଦୁଝର, ନୟାଗଡ, ମୟୁରଭଂଜ, ନବରଙ୍ଗପୁର, ନୂଆପଡା, ସମ୍ବଲପୁର, ବଲାଙ୍ଗୀର ଜିଲ୍ଲାରେ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆ ଯାଇଛି ।ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO