
ବେଲଗୁଣ୍ଠା, ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ଜଣେ ଝିଅ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ କୃତିତ୍ୱ ଅର୍ଜନ କରି ନିଜ ଗାଆଁ ପାଇଁ ଗୌରବ ଆଣିଦେଇଛନ୍ତି I ସୂଚନା ପ୍ରକାରେ ମୁନିଗାଡ଼ି ଗ୍ରାମର ଏସ୍. ବାଳରାଜୁ ଆଚାରୀ ଏବଂ ଭାରତୀ ଆଚାରୀଙ୍କ ସୁପୁତ୍ରୀ ଏସ୍.ପ୍ରୀତିରାଣୀ ଆଚାରୀ ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ I କରୋନା କଟକଣା ହେତୁ ଯୁକ୍ତ ଦୁଇ ପରୀକ୍ଷା ହୋଇ ପାରିନଥିବାରୁ ଏକ ସ୍ଵତନ୍ତ୍ର ପଦ୍ଧତିରେ ଶିକ୍ଷା ବିଭାଗ ତରଫରୁ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ହୋଇଥିଲା I ଏହି ମୂଲ୍ୟାୟନରେ ପ୍ରୀତି ମୋଟ 600 ନମ୍ବର୍ ରୁ 542 ନମ୍ବର୍ ରଖି ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି I ପ୍ରୀତିର ଏହି ସଫଳତା ପାଇଁ ମୁନିଗାଡ଼ି ଗ୍ରାମବାସୀଙ୍କ ସମେତ ପୋଷ୍ଟ୍ ମାଷ୍ଟର୍ ବଂଶୀଧର ଗୌଡ଼, ଶିକ୍ଷକ ମନୋଜ କୁମାର ତ୍ରିପାଠୀ, ବାଳକୃଷ୍ଣ ସାବତ, ରଘୁନାଥ ସାହୁ, ଭାସ୍କର ସାହୁ, ଜୟରାମ ସ୍ୱାଇଁ, ଭଞ୍ଜ କିଶୋର ଗୌଡ଼, ପ୍ରଭାକର ବିଷୋୟୀ, ଅଳକା ପଣ୍ଡା, କାଳୁ ଚରଣ ଖଣ୍ଡୁଆଳ, ପ୍ରଦୀପ କୁମାର ସାହୁ, ସବିତା ମଞ୍ଜରୀ ଶତପଥୀ, ସଙ୍ଗୀତା ମଞ୍ଜରୀ ଶତପଥୀ ଏବଂ ଅବସରପ୍ରାପ୍ତ ଏବିଇଓ ରାଜ୍ କିଶୋର ମହାନ୍ତିଙ୍କ ସମେତ ମୁନିଗାଡ଼ି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO