-
ତିହିଡ଼ି ବ୍ଲକ୍ କାର୍ଯ୍ୟାଳୟରେ ପଶି ଗ୍ରାମବାସୀ ଓ ବିଜେପି କର୍ମୀଙ୍କ ଭଙ୍ଗାରୁଜା
ଭଦ୍ରକ, ଆବାସ ଯୋଜନାରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଆଜି ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍ କାର୍ଯ୍ୟାଳୟରେ ଧଶେଇ ପଶି ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ଗ୍ରାମବାସୀ ଓ ବିଜେପି କର୍ମୀ ।
ଏଠାରେ ସୂଚନାଯୋଗ୍ୟ, ତିହିଡ଼ି ବ୍ଲକ୍ ଅନ୍ତର୍ଗତ କୁବେରା ପଚାଂୟତରେ ନିକଟରେ ପ୍ରକାଶ ପାଇଥିବା ଆବାସ ଯୋଜନା ତାଲିକାରେ ଅନେକ ସ୍ୱଚ୍ଛଳ ବର୍ଗର ଲୋକଙ୍କ ନାମ ରହିଛି ଓ ଦଳୀୟ ନୀତିରେ ଏହି ନାମ ତାଲିକା ପ୍ରକାଶ ପାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ବିରୋଧ କରି ଗ୍ରାମବାସୀ ଓ ବିଜେପି କର୍ମୀ ମାନେ ଆନ୍ଦୋଳନ ଓ ଭଙ୍ଗାରୁଜା କରିଥିବା ଜଣାପଡିଛି ।