
ନୂଆପଡା: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ଏକ ଜିମ କେନ୍ଦ୍ର ମାରୁତି ହେଲଥ ପ୍ଲାନେଟର ଉଦଘାଟିତ ହୋଇଯାଇଛି। ତୁକଲାର ବୈଭବ କୁମାର ଦାଶ ଏହି କେନ୍ଦ୍ର ଖୋଲିଥିବା ବେଳେ ସନ୍ତୋଷ ଦାଶ ସପତ୍ନୀ କର୍ତ୍ତା କାର୍ଯ୍ୟ ନିର୍ବାହ କରିବା ସହ ଶୁଭ ଉଦଘାଟନ କରିଥିଲେ। ଏହି କେନ୍ଦ୍ରରେ ବ୍ୟାୟାମ ସହ ଶରୀରକୁ ଫିଟ ରଖିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି ବୋଲି ସୂଚନା ଦିଆଯାଇଛି।
ମଲ୍ଟି ବେଞ୍ଚ ପ୍ରେସ, ଫ୍ଲାଟ ବେଞ୍ଚ, ସ୍ମିଥ ମସିନ, ଡମ୍ବଲ ଷ୍ଟାଣ୍ଡ, ଡୁଆଲ ଟ୍ଵିଷ୍ଟର, ୱେଟ ଲିଫଟିଂ ପ୍ଲେଟ, ଲେଗ ପ୍ରେସ, କେବୁଲ କ୍ରସ ଓଭର ,ଏଡଜଷ୍ଟବୁଲ ବେଞ୍ଚ, ବେଟିଲିଙ୍ଗ ରୋପ ଆଦି ସୁବିଧା ଉପଲବ୍ଧ ରହିଥିବା ଜଣାଯାଇଛି।ତୁକଲା ଜିଲ୍ଲାର ସର୍ବ ବୃହତ ଗ୍ରାମ ହୋଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ପାଇଁ ପାଖାପାଖି ୩୦ ଖଣ୍ଡର ଗ୍ରାମବାସୀ ଏହା ଉପରେ ନିର୍ଭର କରିଥାନ୍ତି। ଏଠାରେ ଜିମ ସୁବିଧା ନ ଥିବାରୁ ଯୁବବର୍ଗ ଖଡ଼ିଆଳ, ଟିଟିଲାଗଡ଼ କିବା ଭବାନୀପାଟଣା ଯାଉଥିଲେ। ଏବେ ଏହି ଆବଶ୍ୟକତା ପୂର୍ଣ୍ଣ ହୋଇଥିବାରୁ ସମସ୍ତେ ଖୁସି ଜାହିର କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO