
ବେଲଗୁଣ୍ଠା, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ମହାନ୍ତି ଅବସର ଗ୍ରହଣ କରିଛନ୍ତି I ପ୍ରକାଶ ଥାଉକି ଶ୍ରୀ ମହାନ୍ତି ଗତ 2019 ମସିହା ଜୁଲାଇ 26 ତାରିଖରେ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ଅକାଳ ବିୟୋଗ ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଆସୁଥିଲେ I ସେ ମହାବିଦ୍ୟାଳୟରେ ଅର୍ଥନୀତି ବିଭାଗରେ ନିଜର ଅଧ୍ୟାପନା ଜାରି ରଖିଥିଲେ I
ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କୁ ପୁରାତନ ଛାତ୍ର ସଂଗଠନ କାର୍ଯ୍ୟକାରିଣୀ କମିଟି ସଭାପତି ଗୋରାଚାନ୍ଦ ସ୍ୱାଇଁ,ଉପସଭାପତି ପ୍ରହଲ୍ଲାଦ ଲେଙ୍କା,ଆରତୀ ପାତ୍ର,ଶିଶିର କୁମାର ସ୍ୱାଇଁ,ଯୁଗ୍ମସମ୍ପାଦକ ସ୍ଵସ୍ତି ସୁନ୍ଦର ସିୟ,ଚିନ୍ମୟ ପୋଲାଇ, କୋଷାଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତି,ସଦସ୍ୟ ସରୋଜାଲକ୍ଷ୍ମୀ ଦାସ,ଅଜୟ ସାହୁ, ରମେଶ ସାହୁଙ୍କ ସମେତ ବହୁ ପୁରାତନ ଛାତ୍ରଛାତ୍ରୀ ଅବସରକାଳୀନ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି I ସେପରି ମହାବିଦ୍ୟାଳୟ ତରଫରୁ ମଧ୍ଯ ଭାରପ୍ରାପ୍ତ ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସମେତ ସମସ୍ତ ଅଧ୍ୟାପକ,ଅଧ୍ୟାପିକା,କର୍ମଚାରୀ ଏବଂ ପ୍ରାକ୍ତନ ଅଧ୍ୟାପକ ଗଙ୍ଗାଧର ଦାଶ, ରାଜେନ୍ଦ୍ର ଡାକୁଆ ଏବଂ ଡ.ରାମ ପ୍ରସାଦ ପଣ୍ଡା ମଧ୍ଯ ଅଧ୍ୟକ୍ଷ ଶ୍ରୀ ମହାନ୍ତିଙ୍କ ସମୃଦ୍ଧିଶାଳୀ ଅବସର ଜୀବନ କାମନା କରିଛନ୍ତି I
ରିପୋର୍ଟ -ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO