

Related Stories
July 1, 2025
ଭଞ୍ଜନଗର, ଭଞ୍ଜନଗର ଅଞ୍ଚଳରେ ପରିଚିତ କାର୍ଯ୍ୟରତ ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକଙ୍କ ମାତା ରେବତୀ ପଟ୍ଟନାୟକଙ୍କ ରବିବାର ସକାଳ ୯ଘଣ୍ଟା ୩୫ମିନିଟ ସମୟରେ ଦେହାନ୍ତ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୭୬ବର୍ଷ ବୟସ ହୋଇଥିଲା।ସେ ଗତ ଏକ ବର୍ଷ ହେଲା ପକ୍ଷାଘାତ ରୋଗରେ ପୀଡିତ ଥିଲେ।ଶେଷ ସମୟରେ ତାଙ୍କର ପୁତ୍ର ରାମକୃଷ୍ଣ, ଜୟକୃଷ୍ଣ, ବୋହୁ ରୁନି, ପ୍ରିୟଙ୍କା ଓ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ।ସେ ଜଣେ ଧର୍ମ ପରାୟଣା,ମିଷ୍ଠ ଭାଷୀ ଓ ପରୋପକାରୀ ମହିଳା ହୋଇ ଥିବାରୁ ତାଙ୍କର ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ତାଙ୍କର ଅନ୍ତିମ ସଂସ୍କାର ଭଞ୍ଜନଗର ଜଳଭଣ୍ଡାର ନିକଟ ବେଲେଶ୍ଵର ସ୍ମଶାନ ପୀଠରେ ସମ୍ପର୍ଣ୍ଣ ହୋଇଛି।ଶେଷ ଯାତ୍ରା ସମୟରେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।