-
ଶ୍ରୀମନ୍ଦିରକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର ତୁରନ୍ତ ପରିଚାଳନା ସମିତି ପୁନଃ ଗଠନ କରନ୍ତୁ-ମନୋଜ ରଥ ,
ଉତ୍କଳ ବିଦ୍ବତ୍ ପରିଷଦର ଏକ ଆଭାସି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ପରିଷଦର ଅଧ୍ୟକ୍ଷ ମନୋଜ ରଥ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, ଶ୍ରୀମନ୍ଦିର ପରିଚାଳନା ସମିତି ପୁନଃ ଗଠନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ପରିଷଦର ପୁରୀ, ବ୍ରହ୍ମପୁର, ସାକ୍ଷୀଗୋପାଳ,ବଡମ୍ବା , ଭଦ୍ରକ, ଖଣ୍ଡପଡ଼ା, ଜଗତ୍ସିଂହପୁର, କଟକ, ଯାଜପୁରର ବରିଷ୍ଠ ସଦସ୍ୟମାନେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ।
ଦାବୀଗୁଡ଼ିକ:-
୧.କୋଭିଡ଼ କଟକଣା ମଧ୍ୟରେ ଶ୍ରୀମନ୍ଦିର ତୁରନ୍ତ ଭକ୍ତଙ୍କ ପାଇଁ ଖୋଲାଯାଉ ।
୨.ଚଳିତ ରଥଯାତ୍ରା ସମୟରେ ପୁରୀବାସୀଙ୍କ ଅତୁଳନୀୟ ତ୍ୟାଗକୁ ବିଚାର କରି ପ୍ରଥମେ ପର୍ଯ୍ୟାୟକ୍ରମେ କୋଭିଡ଼
ନିୟମାବଳୀ ପାଳନ କରି ପୁରୀବାସୀଙ୍କୁ ଦର୍ଶନର ସୁଯୋଗ ଦିଆଯାଉ ।
୩.ଶ୍ରୀମନ୍ଦିର ପରିଚାଳନା ସମିତିର କାର୍ଯ୍ୟକାଳ ମାର୍ଚ୍ଚ ମାସରୁ ପୂରି ଯାଇଥିଲେ ମଧ୍ୟ ସରକାର ନୂତନ ପରିଚାଳନା ସମିତି ଘୋଷଣା କରି ନାହାଁନ୍ତି । ଇତି ମଧ୍ୟରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ଶ୍ରୀମନ୍ଦିର ବଜେଟ୍ ଭଳି ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ବିନା ପରିଚାଳନା ସମିତିରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ତୁରନ୍ତ ନୂତନ ପରିଚାଳନା ସମିତି ଘୋଷଣା କରନ୍ତୁ ।ଦାବୀଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଉତ୍କଳ ବିଦ୍ବତ୍ ପରିଷଦ ତରଫରୁ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ, ଗଜପତି ମହାରାଜା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି |