-
ଘଟଣାସ୍ଥଳରେ ପହଂଚି ବିଭାଗୀୟ ଅଧିକାରୀଙ୍କ ତଦନ୍ତ ଆରମ୍ଭ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ମାଝିଗୁଡ଼ା ନିକଟରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧ ଭାଙ୍ଗିବା ଘଟଣାରେ ଆଜି ଏହାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଂଚିଛନ୍ତି ଇଆଇସି ଅସୀମ ପଣ୍ଡାଙ୍କ ସମେତ ବିଭାଗୀୟ ଅନ୍ୟ ଅଧିକାରୀ । ବିଭାଗୀୟ ଅଧିକାରୀ ମାନେ ସେଠାରେ ପହଂଚି କିପରି ଓ କେଉଁ ପରିସ୍ଥିତିରେ ବନ୍ଧରେ ଘାଇ ସୃଷ୍ଟି ହେଲା ସେନେଇ ଛାନଭିନ୍ ଜାରୀ ରଖିଛନ୍ତି ।
ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରୀ ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଅନ୍ତର୍ଗତ ମାଝିଗୁଡ଼ା ନିକଟରେ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲ ବନ୍ଧରେ ଗତକାଲି ୧୦ ଫୁଟ ଲମ୍ବର ଘାଇ ସୃଷ୍ଟି ହୋଇଥିଲା । ମେଗା ଲିଫ୍ଟ କାର୍ଯ୍ୟକାରୀ ହେବାର ପ୍ରଥମ ବର୍ଷା ଜଳ ନିଷ୍କାସନ ବେଳେ ଗତକାଲି ସକାଳେ ଏଭଳି ଅଘଟଣ ଘଟିଥିଲା । ଫଳରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇପଡିଛି । ବ୍ୟାପକ ଫସଲ ହାନି ଘଟିଛି । ବିଶେଷ କରି ନିମ୍ନମାନର କାମ ଓ ମାତ୍ରାଧିକ ଜଳସ୍ରୋତ ଯୋଗୁଁ କେନାଲ ବନ୍ଧରେ ଘାଇ ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO