
ମାଲକାନଗିରି,ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ନୂଆଗୁଡା ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଜନ ୧ ତରଫରୁ ନିର୍ମାଣ ହୋଇ ଥିବା ମୁଖ୍ୟ ରାସ୍ତା ଧୋଇ ନଯିବା ପାଇଁ ବିଭାଗ ପକ୍ଷରୁ ଗାର୍ଡଓ୍ୱ।ଲ ନିର୍ମାଣ କରାଯାଇଥିଲା! କିନ୍ତୁ ଦୁର୍ଭାଗ୍ୟର ବିଷୟ ସଠିକ ଯୋଜନାର ଅଭାବ ଓ ତ୍ରୁଟିପୂର୍ଣ୍ଣ ନିର୍ମାଣ ଯୋଗୁଁ ବର୍ତମାନ ରାସ୍ତା କଡରେ ବିରାଟ ଗର୍ତ୍ତ ଶୃଷ୍ଟି ହୋଇଛି ଯାହାଫଳରେ ଏହି ମୁଖ୍ୟ ରାସ୍ତାରେ ଚଳାଚଳ କରୁଥିବା ଶହଶହ ଯାନବାହାନ କୈାଣସି ମୂହୁର୍ତ୍ତ ରେ ଦୂର୍ଘଟଣା ସମ୍ମୁଖୀନ ହେବା ସହ ଧନ ଜୀବନର ବହୁତ କ୍ଷତି ଘଟିପାରେ ।
ଉକ୍ତ କାର୍ଯ୍ୟକୁ କରୁଥିବା ଠିକାଦାର ଜଣଙ୍କ ମୁଖ୍ୟରାସ୍ତାର ବହୁ ଦୂରରେ ଓ ନିମ୍ନଭାଗରେ ଗାର୍ଡଓ୍ୱ।ଲ ନିର୍ମାଣ କରିଥିଲେ, ଯାହାଫଳରେ ଚଳିତ ବର୍ଷାପାଣି ସୁଅରେ ମାଟିଧୋଇ ଯାଇ ଏକ ବିରାଟ ଗର୍ତ୍ତ ଶୃଷ୍ଟି ହୋଇଛି । ଏଣୁ ଏହି ଭଳି ଯୋଜନା ବିହିନ କାର୍ଯ୍ୟକୁ ଜନସାଧାରଣ ନାପସନ୍ଦ କରିବା ସହ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି । ବର୍ତମାନ ଦେଖିବାକୁ ରହିଲା ପ୍ରଶାସନ ପକ୍ଷରୁ ଏହି ନିମ୍ନ ମାନର ଗାର୍ଡ ୱାଲ ନିର୍ମାଣ କରିଥିବା ଠିକାଦାର ଙ୍କ ପ୍ରତିବିଭାଗ ପକ୍ଷରୁ କି ପଦକ୍ଷେପ ନିଆ ଯାଉଛି ଦେଖିବାକୁ ରହିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO