
ଭୁବନେଶ୍ୱର, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବାଲ ଗଙ୍ଗାଧର ତିଳକଙ୍କୁ ତାଙ୍କର ପୁୁଣ୍ୟତିଥିରେ ସ୍ମରଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନା ସେ ଟ୍ୱିଟ କରି କହିଛନ୍ତି ଯେ ମହାନ ସ୍ୱାଧୀନତା ସଂଗ୍ରାମୀ, ସମାଜ ସୁଧାରକ, ସ୍ୱଶାସନ, ସ୍ୱଦେଶୀ ଓ ରାଷ୍ଟ୍ରବାଦୀ ଶିକ୍ଷାର ପ୍ରବଳ ସମର୍ଥକ ବାଲ ଗଙ୍ଗାଧର ତିଳକଙ୍କୁ ପୁଣ୍ୟ ତିଥିରେ କୋଟି କୋଟି ନମନ । ତାଙ୍କର ଓଜସ୍ୱୀ ବିଚାର ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅଦ୍ୱିତୀୟ ଯୋଗଦାନ ଅନନ୍ତକାଳ ଯାଏ ଭାବୀ ପୀଢୀଙ୍କୁ ମାର୍ଗଦର୍ଶନ ଦେଉଥିବ ।