
ବେଲଗୁଣ୍ଠା-ବିଜେଡି ସଙ୍ଗଠନକୁ ସୁଦୃଢ କରିବା ପାଇଁ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ତରଫରୁ ଜିଲ୍ଲା ଯୁବ ସମ୍ପାଦକ ମନୋନୀତ କରାଯାଇଛି ।ବିଭିନ୍ନ ଅଞ୍ଚଳର ବିଜେଡି ସଙ୍ଗଠନ ସହିତ ଜଡିତ ଯୁବକ ମାନଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି ।ବେଲଗୁଣ୍ଠା ଏନ୍.ଏ.ସିର ବିଜେଡି ଯୁବ ସଙ୍ଗଠକ ତଥା ଯୁବ ନେତା ଦିବ୍ୟ ରଞ୍ଜନ ଦାସ ଓ ତନରଡାର ଅଯୋଧ୍ୟା ବେହେରାଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡି ଯୁବ ସମ୍ପାଦକ ଭାବେ ମନୋନୀତ କରାଯାଇଛି ।ଏ ନେଇ ରାଜ୍ୟ ଯୁବ ବିଜେଡି ସମ୍ପାଦକ ପ୍ରଣବ ବଳବନ୍ତ ରାୟ ଓ ସଭାପତି ବ୍ୟୋମକେଶ ରାୟଙ୍କ ଦସ୍ତଖତ ଥିବା ଏକ ପତ୍ର ମାଧ୍ୟମରେ ଦୁହିଁଙ୍କୁ ମନୋନୀତ କରାଯାଇଥିବା ସୂଚନା ମିଳିଛି ।ଯୁବ ନେତା ଦିବ୍ୟ ରଞ୍ଜନ ବେଲଗୁଣ୍ଠା ସହରର ଜଣେ ଯୁବ ସଙ୍ଗଠକ ରୁପେ ଅତିପରିଚିତ ।
ଦୀର୍ଘ ଦିନ ଧରି ବିଜେଡି ସହିତ ଜଡ଼ିତ ରହି ବେଲଗୁଣ୍ଠା ନଗର ଯୁବ ସଭାପତି ଭାବେ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି ।ଅଯୋଧ୍ୟା ମଧ୍ୟ ଦୀର୍ଘ ଦିନ ଧରି ଦଳ ସହିତ ଜଡ଼ିତ ରହିବା ସହିତ ପଞ୍ଚାୟତ ସ୍ତରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।ନୂତନ ଦାୟିତ୍ୱ ପାଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶକୁ ପାଥେୟ କରି ଦଳ ପାଇଁ କାର୍ଯ୍ୟ କରିବା ସହିତ ବେଲଗୁଣ୍ଠା ସହରର ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ତାଙ୍କ ଦିବ୍ୟ ରଞ୍ଜନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।ଏଥି ସହିତ ଗଞ୍ଜାମ ଜିଲ୍ଲା ସମ୍ପାଦକ ଭାବେ ମନୋନୀତ ହୋଇଥିବାରୁ ଦୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ଯୁବ ବିଜେଡି ସଭାପତି ଓ ସମ୍ପାଦକ,ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ, ସାଂସଦ ପ୍ରମିଳା ବିଷୋୟୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ରିପୋର୍ଟ-ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO