
ସଦର ମାଳତୀପାଟପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଓଡ଼ିଶା ମୋ ପରିବାର ଏବଂ ଜୀବନବିନ୍ଦୁ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ବୃକ୍ଷରୋପଣ ଏବଂ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ପୁରୀ ସାଂସଦ ପିନାକୀ ମିଶ୍ର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ପୁରୀ ଜିଲ୍ଲା ବିଜୁ ଯୁବ ଜନତା ଦଳର ନାରାୟଣ ସ୍ବାଇଁ, ଆଇଟି ସଂଯୋଜକ ଲିଙ୍କନ ପଟ୍ଟନାୟକ, ମାଳତୀପାଟପୁରର ସରପଞ୍ଚ ପୁଷ୍ପାଞ୍ଜଳି ପୃଷ୍ଟି, ପ୍ରଭାତ ପୃଷ୍ଟି, ପ୍ରସନ୍ନ ରାଉତ, ରାକେଶ ଦାସ, ଯୋଗେନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ଶୁଭାଶିଷ ଖୁଣ୍ଟିଆ ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୮୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।