
ନୂଆପଡା:ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଫରସରା ଗ୍ରାମପଞ୍ଚାୟତର ସର୍ଗିଗୁଡା ଗ୍ରାମର ଶ୍ରୀ ଟିକ ହଂସ ପିତା ବେଣୁ ହଂସଙ୍କ ଘର ଭୁଶୁଡ଼ି ପଡିବାରୁ ଅଳ୍ପକେ ବଞ୍ଚିଲେ ପରିବାର ଲୋକେ।ଟିକ ହଂସଙ୍କ ପରିବାରରେ ଛୋଟ ଛୋଟ ଛୁଆଙ୍କ ସମେତ ୭ଜଣ ଲୋକେ ରହୁଥିବା ବେଳେ ଦୁଇ ବଖୁରିଆ ମାଟି ଘରେ ରହି ଆସୁଥିଲେ।ତାଙ୍କ ପରିବାର ଅତ୍ୟନ୍ତ ଦରିଦ୍ର ଶ୍ରେଣୀର ଓ ଟିକ କ୍ରସର ରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି।ଅନେକ ଥର ଆବେଦନ କଲେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିବା ବିଜୁ ପକ୍କାଘରରେ ସାମିଲ କରାଯାଇନି।
ଗତ ଗୁରୁବାର ରାତ୍ରିରେ ଲଗାଣ ବର୍ଷା ଯୋଗୁଁ ତାଙ୍କ ଘରର ଗୋଟିଏ ବଖରା ଭାଙ୍ଗି ଯାଇଥିବା ବେଳେ ଖାଦ୍ୟଦ୍ରବ୍ୟ ଓ ଆସବାବପତ୍ର ନଷ୍ଟ ହୋଇଯାଇଛି।ଅତି ଦୟନୀୟ ଅବସ୍ଥା ରେ ସାତ ଜଣ ମାତ୍ର ଗୋଟିଏ କୋଠରୀରେ ଆଶ୍ରୟ ନେଇଥିବା ବେଳେ ଉକ୍ତ କୋଠରୀର ସ୍ଥାୟୀତ୍ୱକୁ ନେଇ ଆଶଙ୍କାରେ ଅଛନ୍ତି ।ପ୍ରଶାସନ ଅତିଶୀଘ୍ର ତାଙ୍କ ପରିବାରକୁ ଥଇଥାନ କରିବା ସହ ଘର ଖଣ୍ଡେ ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO