ନୂଆପଡ଼ା, ସରକାର ଲୋକଙ୍କ ଯାତାୟାତ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଗମନାଗମନ ର ସୁବିଧା ପହଂଚାଉଥିବା ଥିବା ବେଳେ ଏବେ ମଧ୍ୟ ଅନେକ ଙ୍କ ପାଖରେ ଏହା ଅପହଞ୍ଚ ହୋଇ ରହି ଯାଉଛି । ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି ନୂଆପଡା ଜିଲ୍ଲା ଖଡ଼ିଆଳ ଏନଏସି ୱାର୍ଡ ନ ୭ ରୁ । ଖଡ଼ିଆଳ ଏନଏସି ୱାର୍ଡ ନ ୭ ଇଲେକ୍ଟ୍ରି ଷ୍ଟକଚର ପଛ ପଟେ ଥିବା ପଡା ବାସୀ ଯାତାୟାତ କୁ ନେଇ ନାହିଁନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବର୍ଷା ଋତୁ କୁ ଛାଡି ଅନ୍ୟ ଋତୁ ରେ ଯାତାୟାତ ଠିକ ଠାକ ଚାଲିଥାଏ ହେଲେ ବର୍ଷା ରତୁ ରେ କୌଣସି ଯାନବାହନ ର କଥା ଛାଡ ପାଦ ରେ ମଧ୍ୟ ଚାଲି ହେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଡ୍ରେନ ନଥିବା ରୁ ପଡା ରେ ଥିବା ଘର ମାନଙ୍କ ଚତୁରପାର୍ଶ୍ଵ ରେ ଦୀର୍ଘ ଦିନ ଧରି ପାଣି ଜମା ହେଉଥିବା ଦେଇଖିବାକୁ ମିଳିଥାଏ ।
ଏହି ସବୁ ସମସ୍ୟା ର ସମାଧାନ ପାଇଁ ଆର୍ଥିତ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ପଡ଼ା ବାସୀ ଖଡ଼ିଆଳ ଏନଏସି କୁ ବାରମ୍ବାର ଜଣାଉଥିଲେ ହେଁ କୌଣସି ସୁଫଳ ମିଳୁନଥିବା ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହି ପଡା ର ରାସ୍ତା ନିର୍ମାଣ ନହେଲେ ପଡା ବାସୀ ଏନଏସି କାର୍ଯ୍ୟାଳୟ ଘେରାଉ କରିବେ ବୋଲି ପଡ଼ାବାସୀ ଚେତାବନୀ ଦେଇଛନ୍ତି । ଏବିଷୟରେ ଖଡ଼ିଆଳ ଏନଏସି କନିଷ୍ଠ ଯନ୍ତ୍ରୀ ତାମ୍ରଧ୍ୱଜ ମାଝୀ ଙ୍କୁ ଯୋଗାଯୋଗ କରାଯିବାରୁ ମୁ ଏବିଷୟରେ ଅବଗତ ଅଛି, ଏକ ସପ୍ତାହ ମଧ୍ୟରେ ରାସ୍ତା ଓ ଡ୍ରେନ ନିର୍ମାଣ ର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।