
ହରିଚନ୍ଦନପୁର, ସାରା ରାଜ୍ୟରେ କରୋନାର ଦିତୀୟ ଲହରୀରେ କଟକଣା ସାମାନ୍ୟ କୋହଳ ହୋଇଛି । କରୋନା କଟକଣାର ସମସ୍ତ ପ୍ରକାର ନୀତି ନିୟମ ପାଳନ କରିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଥିବା ବେଳେ ହରିଚନ୍ଦନପୁର ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରେ କଟକଣାକୁ ବେଫିକର ଭାବେ ପାଳନ ଚାଲିଥିବା ଦେଖିବାକୁ ମିଳିଛି । ଏହି ଶିକ୍ଷାଅଧିନରେ ରେଗୁଲାର ହେବାକୁ ଥିବା ୮୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏକାସଙ୍ଗେ ଡକାଇ ରେଗୁଲାର ଅର୍ଡର ପ୍ରଦାନ କରାଯାଇଛି । ଏଥିସହ ମୂଖ୍ୟ କଥା ସମସ୍ତଙ୍କ ଠାରୁ ମନମ୍ମୁଖି ଭାବେ ବଟି ଆଦାୟ କରିବା ସହ ସରକାରଙ୍କ କରୋନା କଟକଣାର ଧର୍ଯ୍ୟା ଉଡ଼ାଇଥିବା ଭଳି ସାଘାଂତିକ ଘଟଣା ଘଟିଛି । ସୂଚନା ମୁତାବକ ଜିଲ୍ଲା ପ୍ରକଳ୍ପ ଅଧିକାରୀ ସମଗ୍ର ଶିକ୍ଷା କେନ୍ଦୁଝର ଚିଠି ନଂ ୧୮୮୯ରେ ଜିଲ୍ଲାର ୧୩ଟି ବ୍ଲକର ୨୦୧୧/୧୨/୧୩/୧୪ ବ୍ୟାଚର କନିଷ୍ଠ ଶିକ୍ଷକଙ୍କୁ ରେଗୁଲାର ହେବାକୁ ନିର୍ଦ୍ଦେଶ ରହିଛି । ସେହିପରି ହରିଚନ୍ଦନପୁର ବ୍ଲକରେ ୮୬ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ରେଗୁଲାର ହେବାକୁ ଅର୍ଡର ଆସିଥିଲା । ଯାହାକୁ ନେଇ କୋଭିଡ ସମୟରେ ସରକାରଙ୍କ କଡକଣାକୁ ଭୁଲି ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଏକା ସଙ୍ଗେ ୮୬ ଜଣକୁ ଡକାଯାଇଛି । ସେମାନଙ୍କ ଠାରୁ ଅତି ଚଚଂକତା ସହିତ ପ୍ରତି ଶିକ୍ଷକଙ୍କ ଫିଛା ଚାନ୍ଦା ଆଦାୟ କରାଯାଇଥିବା ନେଇ ହରିଚନ୍ଦନପୁର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।
ଖବର ଅନୁଯାୟୀ ଜିଲ୍ଲାର ଅନ୍ୟ ସମସ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଗୋଟିଏ ଚିଠିରେ ସମସ୍ତ ରେଗୁଲାର ହେବାକୁ ଥିବା ଶିକ୍ଷକଙ୍କ ନାମ ରହିଛି ଓ ରେଗୁଲାର ଅର୍ଡର ପ୍ରଦାନ କରାଯାଇଛି । ହେଲେ ହରିଚନ୍ଦନପୁର ବ୍ଲକରେ ପ୍ରତି ଶିକ୍ଷକଙ୍କ ପିଛା ରେଗୁଲାର ଅର୍ଡର ପ୍ରସ୍ତୁତ କରି ଶିକ୍ଷକଙ୍କ ଠାରୁ କାହିଁକି ଶହଶହ ଟଙ୍କା ବଟି ସଂଗ୍ରହ କରାଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବ୍ଲକ ଶିକ୍ଷା ଅଧିକାରୀ କ୍ଷୀରୋଦ ତ୍ରିପାଠୀଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରି ଘଟଣା ସମ୍ପର୍କରେ ପଚାରିବାରୁ ମୋ କାନକୁ କିଛି ଆସିନାହିଁ କହି ଫୋନ୍ କଲ୍ କାଟି ଦେଇଥିଲେ । ସମସ୍ତ କଥା ନଶୁଣି ଫୋନ୍ କଲ୍ କାଟି ଦେବାରୁ ଜଣାପଡିଯାଉଛି ଏହା ଭିତରେ ସତ୍ୟତା କ’ଣ ରହିଛି, ଓ ଚର୍ଚ୍ଚାର ବିଷୟ ହିଁ ସତ୍ୟ । ଏଥିପ୍ରତି ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ପ୍ରକୃତ ସତ୍ୟ ପଦାକୁ ଆସିପାରିବ ବୋଲି ଶିକ୍ଷାବିତ ମହଲରେ ମତ ପ୍ରକାଶ ।