
ଭୁନେଶ୍ୱର, ବର୍ତମାନ ସୁଦ୍ଧା ଆମ ରାଜ୍ୟରେ ଏକ କୋଟି ୫୯ ଲକ୍ଷ ୫୯ ହଜାରଙ୍କୁ ଟିକା କରଣ ସରିଛି । ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି େ ଯ ଏଥି ମଧ୍ୟରୁ ପ୍ରଥମ ଡୋଜ ଏକ କୋଟି ୨୧ ଲକ୍ଷ, ଦ୍ୱିତୀୟ ଡୋଜ ୩୭ ଲକ୍ଷ ୮୮ହଜାର ଜଣଙ୍କୁ ଦିଆ ଯାଇଛି । ଜୁଲାଇ ମାସରେ ନିର୍ଧାରିତ କୋଟା ଠାରୁ ଅଧିକ ଟିକା ରାଜ୍ୟକୁ ମିଳିଛି । ଜୁଲାଇ ମାସରେ ୩୦ ଲକ୍ଷ ୫୦ ହଜାର ୯୧୦ ଆଲୋକେସନ ଥିବା ବେଳେ ୪୪ ଲକ୍ଷ ୮୩ ହଜାର ୩୨୩ ଟିକା ମିଳିଛି ।
ସେ କହିଛନ୍ତି ଯେ ସେହିପରି ଅଗଷ୍ଟ ମାସ ପାଇଁ ୩୩ ଲକ୍ଷ ୭୨ ହଜାର ୨୮୦ ଡୋଜ ଆସିବ । ଏହା ବାଦ ରାଜ୍ୟ ଦ୍ରୁତ ଟିକା କରଣ ପାଇଁ ଅଧିକ ମାଗିବ । ଏବେ ସୁଦ୍ଧା ୩୦ ହଜାର ଗର୍ଭବତୀ ଟିକା ନେଇ ସାରିଛନ୍ତି । କୌଣସି ଜଣକ ପାଖରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇ ନାହିଁ । ଆସନ୍ତା ୪ରୁ ୫ ମାସ ମଧ୍ୟରେ ଯଥେଷ୍ଟ ଆସିବାର ଅଛି । ଯଦି ମିଳିଲା ତାହେଲେ ରାଜ୍ୟ ଡିସେମ୍ବର ସୁଦ୍ଧା ଟିକା କରଣ ଲକ୍ଷ୍ୟ ହାସଲ କରି ପାରିବ ବୋଲି ସେ କହିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO