
ଭଞ୍ଜନଗର, ବେଲଗୁଣ୍ଠା ବ୍ଲକ ଗୋବରା ବିଶ୍ୱ ଭାରତୀ ଆବାସିକ ବିଦ୍ୟାଳୟ ଠାରେ ଶିକ୍ଷାବିତ ସ୍ୱର୍ଗତ ଅମୂଲ୍ୟ କୁମାର ଦାସଙ୍କ ଜୟନ୍ତୀ ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୋଟ ୧୬୮ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।ଗଞ୍ଜାମ ଜିଲ୍ଲା ମହିଳା ଶକ୍ତି ସେବା ଟ୍ରଷ୍ଟ ତରଫରୁ ଭଞ୍ଜନଗର, ଆସିକା ଓ ବେଲଗୁଣ୍ଠାର ବହୁ କର୍ମକର୍ତ୍ତାଙ୍କ ସମେତ ସ୍ଥାନୀୟ ଜନ ସାଧାରଣ ଏଥିରେ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ।ସଙ୍ଗଠନର ଜିଲ୍ଲା ଅଧ୍ୟକ୍ଷ ଡ଼. ରାମକୃଷ୍ଣ ପଟ୍ଟନାୟକ ଉପସ୍ଥିତ ରହି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ରକ୍ତଭଣ୍ଡାର ରେ ରକ୍ତର ଅଭାବକୁ ଦୂର କରିବା ସକାଶେ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଥିଲେ।ଏଥିରେ ବେଲଗୁଣ୍ଠା ଅଧ୍ୟକ୍ଷ ବିଭୂପାଦ ଜେନା, ଭଞ୍ଜନଗର ଅଧ୍ୟକ୍ଷ ଜୟକୃଷ୍ଣ ପଟ୍ଟନାୟକ,ଚିନ୍ମୟ କୁମାର ବେବର୍ତ୍ତା, ଆସିକା ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପାଢୀ, ଦିଲିପ କୁମାର ସାହୁଙ୍କ ସମେତ ବହୁ ପୁରୁଷ ଓ ମହିଳା କର୍ମକର୍ତ୍ତା ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO