
ଭଦ୍ରକ – ସର୍ବୋଦୟ ସଂଗଠିକା ଅଭୟା ଦାସ ସ୍ମୃତି ସମିତି ଓ ଗାନ୍ଧୀ ବାଳାଶ୍ରମର ମିଳିତ ଆନୁକୂଲ୍ୟରେ ଆଦର୍ଶ ଶିକ୍ଷୟିତ୍ରୀ ଅଭୟା ଦାସଙ୍କ ପ୍ରଥମ ବାର୍ଷିକ ଶ୍ରଦ୍ଧାଞ୍ଜଳି ସଭା ସମାରୋହରେ ପାଳିତ ହୋଇଯାଇଛି। ସାହିତ୍ୟିକ ପ୍ରଫୁଲ୍ଲ ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ଉତ୍ସବରେ ଧାମନଗର ବିଧାୟକ ବିଷ୍ଣୁ ସେଠୀ, ମୁଖ୍ୟ ଅତିଥି, ଅମୃତଦର୍ଶନର ସµାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟବକ୍ତା, ତ୍ୟାଗଭୂମି ସଭାପତି ଅଜୟ କୁମାର ନାୟକ, ଓଡ଼ିଆ ସାହିତ୍ୟ ଏକାଡ଼େମୀ ର ସଦସ୍ୟ ଡ. ଶଶଧର ଦାସ ଏବଂ ପ୍ରାଧ୍ଯାପିକା ଝରଣା ପଟ୍ଟନାୟକ ବରେଣ୍ୟ ଅତିଥି ଭାବରେ େଯାଗ ଦେଇ ଦିବଂଗତା ଅଭୟା ଦାସଙ୍କୁ ଗାନ୍ଧୀ ଜୀବନାଦର୍ଶର ସଫଳ ରୂପକାର ତଥା ସାର୍ଥକ ରଚନାତ୍ମକ କର୍ମୀ, କିମ୍ବଦନ୍ତୀ ସମାଜ ସେବିକା ଭାବେ ବର୍ଣ୍ଣନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ସ୍ମୃତି ପୁସ୍ତିକା ‘ଅଭୟା’ ଉନ୍ମୋଚିତ ହୋଇଥିଲା। ଆଦର୍ଶ ଶିକ୍ଷୟତ୍ରୀ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ କାଦମ୍ବିନୀ ମହାନ୍ତିଙ୍କୁ ଅଭୟା ଦାସ ସ୍ମାରକୀ ସମ୍ମାନରେ ସମ୍ବଦ୍ର୍ଧିତ କରାଯାଇଥିଲା। ବରିଷ୍ଠ ସମାଜସେବୀ ସୁଧାକର ରାଉତ ମ ଆମନ୍ରଣ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ପରମାନନ୍ଦ ଦାସ ସ୍ବାଗତ ଭାଷଣ, ବୈକୁଣ୍ଠ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ। ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସµାଦକ ଅଶୋକ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଗାନ୍ଧୀ ବାଳାଶ୍ରମର ଅଧିକ୍ଷକ ହୃଷିକେଶ ମହାନ୍ତିଙ୍କ ସଂଚାଳନ ଓ ସଂେଯାଜନାରେ ଅନୁଷ୍ଠିତ ଏହି ସ୍ମୃତି ସମାରୋହକୁ ଜ୍ୟେଷ୍ଠପୁତ୍ର ଅଧିବକ୍ତା ବିଶ୍ବରଂଜନ, ସୌମ୍ୟରଂଜନ, କନ୍ୟା ବାଣୀ ବନ୍ଦନା, ଝରଣା ଦାସ, ଗୌରବ ଦାସ, ଅରବିନ୍ଦ ସେଠୀ, ଚନ୍ଦନ ଦାସ, ରାଜେଶ ମୋହିନୀ, ଶ୍ରୀକାନ୍ତ ବିଶ୍ବାଳ ପରିଚାଳନା କରିଥିବା ବେଳେ ମାନପତ୍ର ପାଠ କରିଥିଲେ କାଳନ୍ଦୀ ମଲ୍ଲିକ। ଅନ୍ୟମାନଙ୍କ ମଧ୍ଯରେ ଓଡ଼ିଶା ସର୍ବୋଦୟ ମଣ୍ଡଳର ସµାଦକ ରମାକାନ୍ତ ମଣ୍ଡଳ, ଡ. ପ୍ରମୋଦ ନାୟକ, ପ୍ରାଧ୍ଯାପକ କମଳାକାନ୍ତ ସ୍ବାଇଁ, ପର୍ଶୁରାମ ଦ୍ବିବେଦୀ, ଅମର ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସୁବ୍ରତ ଦାସ, ମହେଶ ଦାସ, ସୁଷମା ମହାନ୍ତି, ଲଲାଟେନ୍ଦୁ ମହାନ୍ତି, ଶାନ୍ତନୁ ରାଉତ, ଫାରୁକ ଭାଇ, କାଶିମ୍ ଭାଇ, ଅନଓ୍ବାର ଭାଇ, ମନୋରଞ୍ଜନ ମହାନ୍ତି, ଦୁର୍ଗା ବିଶ୍ବାଳ, ଉପେନ୍ଦ୍ର ବାରିକ, ଅଶୋକ ନାୟକ, ଡ. ହରେକୃଷ୍ଣ ନାୟକ, ବିଷ୍ଣୁପ୍ରିୟା ବାଳାଶ୍ରମର ସµାଦକ ପ୍ରେମାନନ୍ଦ ଦାସ, ପୁରୁବାଇ କନ୍ୟାଶ୍ରମର ସµାଦିକା ସୁମତି ମହାନ୍ତି, ଅଧିବକ୍ତା ନିରାକାର ଜେନା, ଡ. ମନିନ୍ଦ୍ର ମହାନ୍ତି, ଅବସରପ୍ରାପ୍ତ ବିଚାରପତି ବାସୁଦେବ ଦାସ, ଶୈଳଜା ଲେଙ୍କା, ଧନଞ୍ଜୟ ଜେନା, ବିଦ୍ୟାଧର ସାହୁ, ଡ. ରହିମୁନ ନିଶା, ବସୁମିତ୍ରା ସାହୁ, କବି ଦୟାନ, ଉଦ୍ର୍ଧୁ କବି ମୁସ୍ତାକ ଗୌହର ସମେତ ବହୁ ବିଶିଷ୍ଟ ବ୍ୟକ୍ତି େଯାଗ ଦେଇଥିଲେ। ସଂଗୀତ ଗୁରୁ ରାମନାରାୟଣ ପଣ୍ଡାଙ୍କ ନିଦ୍ର୍ଧେଶନାରେ ‘ସ୍ମୃତିରେ ସ୍ମୃତିରେ ଅଭୟା’ ଗାନ୍ଧୀ ବାଳାଶ୍ରମ ଅନ୍ତେବାସୀଙ୍କ ଦ୍ବାରା ଗାନ କରାଯାଇଥିଲା।