
-
ହିନ୍ଦୁ ଜାଗରଣ ସାମୁଖ୍ୟ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
ଏ ସମ୍ପର୍କରେ ସୂଚନା ଦେଇ ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଭୁବନେଶ୍ୱର ମହାନଗର ସଂଯୋଜକ ପ୍ରତୀକ ମହାପାତ୍ର କହିଛନ୍ତି ଯେ ଓଡ଼ିଶା କ୍ରିକେଟ ଟିମ୍ ର ନବନିଯୁକ୍ତ କୋଚ୍ ୱାସୀମ ଜାଫର ଜଣେ ବିବାଦୀୟ ବ୍ୟକ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁଥିବା ସମୟରେ ତାଙ୍କ ନାଁରେ ସମ୍ପ୍ରଦାୟ ଆଧାରିତ କିଛି ଅଭିଯୋଗ ମଧ୍ୟ ଆସିଥିଲା। ଉତ୍ତରାଖଣ୍ଡ କ୍ରିକେଟ୍ ଟିମ୍ ର କୋଚ୍ ଥିବା ବେଳେ ମଧ୍ୟ ତାଙ୍କ ନାମରେ ବହୁ ଅଭିଯୋଗ ଥିଲା। ଯଥା କ୍ରିକେଟ୍ ପ୍ରଶିକ୍ଷଣ ନାଁରେ ଧର୍ମର ପ୍ରଚାର, ସମ୍ପ୍ରଦାୟ ଆଧାରରେ ଖେଳାଳି ଓ ଅଧିନାୟକ ଚୟନ, ଟିମ୍ ର ନାରାରେ ପରିବର୍ତ୍ତନ। କ୍ରିକେଟ୍ କୋଚିଂ ନାଁ ରେ ଏହିଭଳି ଧାର୍ମିକ ହସ୍ତକ୍ଷେପର ଅଭିଯୋଗ ପରେ ଶେଷରେ ତାଙ୍କୁ କୋଚ୍ ପଦରୁ ହଟାଇ ଦିଆଯାଇଥିଲା।
ଏହିଭଳି ଜଣେ ବିବାଦୀୟ ବ୍ୟକ୍ତିଙ୍କୁ କିଭଳି ଓସିଏର କୋଚ୍ ନିଯୁକ୍ତ କରାଗଲା? ଓଡ଼ିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଉତ୍ତରାଖଣ୍ଡ ଘଟଣାର ପୁନରାବୃତ୍ତି କିଭଳି ନ ହେଉ ଏବଂ ତାଙ୍କ ନିଯୁକ୍ତିକୁ ବିରୋଧ କରି ତାଙ୍କୁ ତୁରନ୍ତ ହଟାଇବାର ଦାବି ନେଇ ଆଜି ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଭୁବନେଶ୍ୱର ମହାନଗର ସଂଯୋଜକ ପ୍ରତୀକ ମହାପାତ୍ର ଏବଂ ଯୁବ ବାହିନୀ ପ୍ରମୁଖ ସାଇ ଓମ୍ ସାହୁ ଙ୍କ ନେତୃତ୍ୱରେ ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।