ଭଦ୍ରକ – ପ୍ରଳୟଙ୍କରୀ ବାତ୍ୟା ଫନି ତାଣ୍ଡବରେ ଥରହର ହୋଇଯାଇଥିଲା ଓଡ଼ିଶା। ଛିନଛତ୍ର ହୋଇଥିଲା ଓଡ଼ିଶାର କିଛି ଅଂଶ। ପରେ କିଛି ବଦାନ୍ୟ ବ୍ୟକ୍ତି ଓ ସ୍ବେଚ୍ଛାସେବୀ ସଂଗଠନ ଦ୍ବାରା ସାହାଯ୍ୟ ମିଳିବା ପରେ ଧୀରେ ଧୀରେ ସ୍ବାଭାବିକ ହେବାରେ ଲାଗିଛି ଓଡ଼ିଶା। ଏହି ପରିପ୍ରେକ୍ଷୀରେ ପୁଣି ଏକ ସାହାଯ୍ୟର ହାତ ବଢିଛି ଭଦ୍ରକରୁ। ପ୍ରାପ୍ତ ଖବରରୁ ଜଣାଯାଏ ଜିଲା ଶିକ୍ଷାଧିକାରୀ ଓଷ୍ଟା ଓ ପ୍ରାଇମେରୀ ଶିକ୍ଷକ ସଂଘର ମିଳିତ ଉଦ୍ୟମରେ ମୁଖ୍ୟମନ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନ ଠାରେ ୫ ଲକ୍ଷ ଟଙ୍କାର ଏକ ଚେକ୍ ଫନି ପୀଡିତଙ୍କ ପାଇଁ ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଉପସ୍ଥିତିରେ ଜିଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ଓଷ୍ଟା ପକ୍ଷରୁ ସୁରଜିତା ନାୟକ, ଚାରୁଲତା ମହାପାତ୍ର, ପ୍ରଦୀପ କୁମାର ଦାସ ଓ ଦେବଭୂତି ମହାପାତ୍ର ପ୍ରମୁଖ ଏହି ରାଶି ପ୍ରଦାନ କରିଛନ୍ତି। ଏହି ବଦାନ୍ୟତା ପାଇଁ ମୁଖ୍ୟମନ୍ରୀ ଶ୍ରୀ ପଟ୍ଟନାୟକ ଓଷ୍ଟା ସହ ଭଦ୍ରକ ବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
Related Stories
November 24, 2024
November 24, 2024