କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀକ୍ଷେତ୍ରର ପରମ୍ପରା ଅତି ନିଆରା ଏଥି ମଧ୍ୟରୁ ମହାପ୍ରସାଦ ଅମୁଲ୍ୟ |ପୁରୀବାସୀ ଏବଂ ସେବକ ମାନଙ୍କ ମତରେ ମହାଲକ୍ଷ୍ମୀ ମା ନିଜେ ଏହାକୁ ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରିଥାନ୍ତି |ଏହାକୁ ଯେଉଁ ବ୍ୟକ୍ତିମାନେ ପାଇଥାନ୍ତି ସେମାନେ ନିଜ ଜୀବନରେ ମୁକ୍ତି ପାଇ ଯାଇଥାନ୍ତି ଓ ଧନ୍ୟ ହୋଇଯାଇଥାନ୍ତି |
ବାହୁଡ଼ାଯାତ୍ରା ଓ ନୀଳାଦ୍ରି ବିଜେ କରି ମହାପ୍ରଭୁ ରତ୍ନ ସିଂହାସନରେ ବିଜେ ପରେ ଆଜି ହୋଇଛି ପବିତ୍ର ନୀଳାଞ୍ଚଳ ଅଭଡ଼ା ଚଳିତ ବର୍ଷ କରୋନା ପାଇଁ ମହାପ୍ରଭୁଙ୍କର ଅନେକ ଭକ୍ତ ମହାପ୍ରସାଦ ପାଇବାରୁ ବଞ୍ଚିତ ହେବାକୁ ପଡୁଛି |ଏହାକୁ ମନେରଖି ମାର୍କଣ୍ଡଶ୍ୱର ସାହିର ବିଶ୍ଵରୂପା ପଟ୍ଟନାୟକ ମହାପ୍ରଭୁଙ୍କ ମହାପ୍ରସାଦର ଏକ ନୂଆ ରୂପରେ ଅଦରକାରୀ କାଗଜ ଓ ଚନ୍ଦନ ଗୁଣ୍ଡରେ ମହାପ୍ରସାଦ ପ୍ରସ୍ତୁତ କରିଛନ୍ତି |ଏଥିରେ ଅଭଡ଼ା, ଡାଲମା, ଶାଗ, ଖଟା ଇତ୍ୟାଦି ପ୍ରସାଦ ରହିଅଛି |