ଭୁବନେଶ୍ୱର – ନିର୍ଦ୍ଧିଷ୍ଟ ଦିନରେ ଛତୁଆ ମିଶ୍ରଣ ମାଧ୍ୟମରେ ଟେକହୋମ ରାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ପ୍ରକ୍ରିୟାରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ଆଜି ରାଜ୍ୟର ସମସ୍ତ ଆଇସିଡିଏସ ପ୍ରକଳ୍ପରେ ଛତୁଆ ମିଶ୍ରଣ କରାଯାଇଛି । ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଏହି ଛତୁଆ ମିଶ୍ରଣକୁ ନିଜେ ତଦାରଖ କରିବା ସହ ଛତୁଆର ଗୁଣବତା ବଜାୟ ରଖିବା ଉପରେ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ।
ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଏବଂ ଆରସିଡିଏସ ଅଧିକାରୀମାନେ ସ୍ୱୟଂ ଉପସ୍ଥିତ ରହି ଏହି ଛତୁଆ ମିଶ୍ରଣକୁ ତଦାରଖ କରିଥିଲେ । ଗହମ, ବୁଟ, ବାଦାମ ଏବଂ ଚିନିର ସଠିକ୍ ପରିମାଣରେ ମିଶ୍ରଣ ଏବଂ ଗୁଣାତ୍ମକ ମାନ ବଜାୟ ରଖିବା ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିଲା । ଏତଦବ୍ୟତୀତ ବରିÂ ଅଧିକାରୀମାନେ ମହିଳା ସ୍ୱୟଂ ସହାୟକ ଗୋÂୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଛତୁଆ ମିଶ୍ରଣ କେନ୍ଦ୍ରର ଭିତିଭୂମି ଠିକ୍ ଅଛି କି ନାହିଁ ତାହା ତଦାରଖ କରିଥିଲେ ।
ଶିଶୁ, ଗର୍ଭବତୀ ମହିଳା ଏବଂ ପ୍ରସୂତୀ ମହିଳା ତଥା ବାଳିକାମାନଙ୍କୁ ଯୋଗାଇ ଦିଆଯାଉଥିବା ଛତୁଆ ଏବଂ ଶୁଖିଲା ଖାଦ୍ୟ ବଂଟନକୁ ଅଧିକ ବ୍ୟବସ୍ଥିତ କରିବା ଏବଂ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ନିମନ୍ତେ ନିର୍ଦ୍ଧିଷ୍ଟ ଦିନରେ ଛତୁଆ ମିଶ୍ରଣ କାର୍ଯ୍ୟକ୍ରମ ବେଶ୍ ସଫଳ ହୋଇଛି ।