ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ। କେନ୍ଦ୍ରାପଡା ରାଜକନିକା ସ୍ଥିତ ଆଳି ଅଞ୍ଚଳର ଦିଲ୍ଲୀପ କୁମାର ବିନ୍ଧାଣୀ ନାମକ ଜଣେ ଯୁବକ ସୋସିଆଲ ମିଡିଆରେ ଏଭଳି ଅଶ୍ମୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ସମୟରେ ଜଗନ୍ନାଥ ପ୍ରେମୀ ଓ ସେବାୟତମାନଙ୍କ ଧର୍ମଭାବନାକୁ କୁଠାରଘାତ କରିଛି। ତେବେ ସଂପୃକ୍ତ ଯୁବକଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା
ପାଇଁ ସେବାୟତ ମାନେ ଦାବୀ କରିଛନ୍ତି। ଏହି ଘଟଣାକୁ ନେଇ ଆଜି ଶ୍ରୀମନ୍ଦିରର ସେବାୟତ ମାନେ ସଂପୃକ୍ତ ଯୁବକଙ୍କ ବିରୋଦ୍ଧରେ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଅସମ୍ମାନ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ବିଭାଗ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେବାୟତ କାଶୀନାଥ ଖୁଣ୍ଟିଆ, ସୋମନାଥ ଖୁଣ୍ଟିଆ, ଦାମୋଦର ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହି ଦାବୀ କରିଛନ୍ତି।