
ଭଞ୍ଜନଗର, ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବରାଡ଼ି ଗ୍ରାମର ଶିବ ମନ୍ଦିର ନିକଟରେ ଦୁଇ ବାଇକ ଆଗ ପଛହୋଇ ଭଞ୍ଜନଗର ରୁ ଗାଲେରୀ ମୁହାଁ ହୋଇ ଯାଉଥିବା ବେଳେ ଆକ୍ସିଡେଣ୍ଟ ହୋଇ ଆହତ ହୋଇଥିବା ସୂଚନା ମିଳିଛି ! ସୂଚନା ଅନୁଯାଇ ବାଇକ ଦୁଇଟି ଆଗପଛ ହୋଇ ଯାଉଥିବା ବେଳେ ସେଠାରେ ଥିବା ହମ୍ପସ ଯୋଗୁଁ ଆଗରେ ଥିବା ବାଇକ ର ବ୍ୟକ୍ତି ଜଣକ ଗାଡି ବ୍ରେକ ଦେଇ ହମ୍ପସ ପାର ହେଉଥିବା ବେଳେ ପରିବାର ନେଇ ଆସୁଥିବା ପଛରେ ବାଇକ ର ବ୍ୟକ୍ତିଜଣକ ଆଗରେ ଥିବା ଗାଡି ପଛପଟକୁ ପିଟିଦେଇଥିଲା ଜାହା
ଫଳରେ ପଛରେ ଆସିଥିବା ବାଇକ ଵାଲାର ସ୍ତ୍ରୀ, ଛୁଆ ଦୁଇ ଙ୍କୁ ଆଘାତ ଲାଗିବାରୁ ଆହତ ହୋଇ ଯାଇଥିବା ଖବର ମିଳିଛି !ଖବରପାଇ ସ୍ତାନୀୟ ଲୋକେ ଉଦ୍ଧାର କରି ଏକ ଅଟୋ ଯୋଗେ ଭଞ୍ଜନଗର ମେଡିକାଲ କୁ ପଠାଯାଇଥିବା ସୂଚନା ମିଳିଛି !ଦୁଇ ବାଇକ ମଧ୍ୟରୁ ଜଣେ ସମ୍ବରଡା ଗ୍ରାମର ହୋଇଥିବା ବେଳେ ପରିବାର କୁ ନେଇ ଯାଉଥିବା ବ୍ୟକ୍ତି ଜଣକ ବେଲଗୁଣ୍ଠା ଥାନା ଅନ୍ତର୍ଗତ ତାମରଡା ଗ୍ରାମର ର ବୋଲି ସୂଚନା ମିଳିଛି !
ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକ ଙ୍କ ରିପୋର୍ଟ….
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO