ଭୁବନେଶ୍ୱର – ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୦ ଶଯ୍ୟା ବିଶିଷ୍ଟ ନୂଆ ଜିଲ୍ଲା ହସ୍ପିଟାଲ, ହରଭଙ୍ଗା ବ୍ଲକରେ କିଡ୍ନୀ ରୋଗର ଅନୁଧ୍ୟାନ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଏବଂ ଜିଲ୍ଲା ହସ୍ପିଟାଲକୁ ଗୋଟିଏ ଆମ୍ବୁଲାନ୍ସ ଓ ଗୋଟିଏ ମହାପ୍ରୟାଣ ଗାଡ଼ି ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏଥିପାଇଁ ଆଜି ବୌଦ୍ଧ ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତଙ୍କ ନେତୃତ୍ୱରେ ବୌଦ୍ଧ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ଆଇନ୍ଜୀବୀ, ଜିଲ୍ଲା ବାର୍ ଆସୋସିଏସନ୍ ସଭ୍ୟ, ଟ୍ରକ ସଂଘ କର୍ମକର୍ତା, ବଣିକ ସଂଘ କର୍ମକର୍ତା, ବରିÂ ନାଗରିକଙ୍କ ସମେତ ବିଜୁ ଜନତା ଦଳର କାର୍ଯ୍ୟକର୍ତା ଓ ନିର୍ବାଚିତ ପ୍ରତିନିଧି ନବୀନ ନିବାସରେ ପହଂଚି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଉପଦେଷ୍ଟା ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ କୃତିବାସ ପାତ୍ର, ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ, ଯୁବ ବିଜେଡି ଜୋନାଲ ସଭାପତି ଅଶୋକ ସାହୁ, ବୌଦ୍ଧ ଜିଲ୍ଲା ବାର୍ ଆସୋସିଏସନ୍ ସଭାପତି ତାରିଣୀ ମହାପାତ୍ର, ଜିଲ୍ଲା ଟ୍ରକ ସଂଘ ସଭାପତି ଶିବ ମିଶ୍ର, ଜିଲ୍ଲା ବଣିକ ସଂଘ ସଭାପତି ସୁବାଷ ସାହୁ, ଜିଲ୍ଲା ପରିଷଦ ଉପ-ସଭାପତି ଅକୃର ସେଠୀ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ରେବତୀ ମହାଲିକ, ଉପାଧ୍ୟକ୍ଷ ମନୋରଞ୍ଜନ ପୃଷ୍ଟି, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମଲ୍ଲିକ, ଜିଲ୍ଲା ଯୁବ ବିଜେଡି ସଭାପତି ମୃତୁ୍ୟଞ୍ଜୟ ମିଶ୍ର, ଛାତ୍ର ବିଜେଡି ସଭାପତି ସଂଗ୍ରାମ ଦାଶ, ଜିଲ୍ଲା ଉପ-ସଭାପତି ସୁବୋଧ ପ୍ରଧାନ, ସରପଂଚ ଶୈଳେନ୍ଦ୍ରୀ ମହାକୁଡ଼, ଝିଲିରାଣୀ ପ୍ରଧାନ, ଜିଲ୍ଲାର ବହୁ ସମିତି ସଭ୍ୟ/ସଭ୍ୟା, ସରପଂଚ, ବରିÂ ନାଗରିକଙ୍କ ସମେତ ୨୦୦ରୁ ଊଦ୍ଧ୍ୱର୍ ଜନସାଧାରଣ ଉପସ୍ଥିତ ଥିଲେ ।