
ଭଞ୍ଜନଗର,ଭଞ୍ଜନଗର ଠାରୁ ଫୁଲବାଣୀ ରାସ୍ତାର ଶ୍ରୀ ବିହାର ଠାରେ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭଗ କାର୍ଯ୍ୟାଳୟର ନୂତନ କୋଠା ବୁଧବାର ଦିନ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଆରୁଖଙ୍କ ପ୍ରଚେଷ୍ଟାରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଭଞ୍ଜନଗର ଲଣ୍ଡେଇ ସାହି ଛକରେ ଏକ ଅସ୍ଥାୟୀ ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟ ଖୋଲା ଯାଇଥିଲା।ତାପରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଏହାର ନିଜସ୍ୱ କୋଠା ନିର୍ମାଣ ଦାୟୀତ୍ୱ ଦିଆ ଯାଇଥିଲା।ଏହି ଉଦଘାଟନୀ
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଜନା, ସଂଯୋଜନା, ବାଣିଜ୍ୟ ଓ ପରିବହନ ବିଭଗ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇଥିଲେ।ତାଙ୍କ ସହ ସମ୍ମାନିତ ଅତିଥି ଭାବେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ ଓ ଆରଟିଓ ଦାୟିତ୍ୱରେ ଥିବା ଭାଗିରଥି ନାୟକ ଉପସ୍ଥିତ ଥିଲେ।ଶୂଳପାଣି ଶତପଥି କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରସାଦ ଠାରେ ରାସ୍ତାରେ ଉପରେ ବସ ଅଟକି ରହୁଥିବାରୁ ସେଠାରେ ଏକ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ମନ୍ତ୍ରୀ ଆରୁଖଙ୍କ ପ୍ରସ୍ତାବକୁ ପରିବହନ ବିଭାଗ ମନ୍ତ୍ରୀ ବେହେରା ଅନୁମୋଦନ ଦେଇଥିବା ଜଣାପଡିଛି।ଆଗାମୀ ଦିନରେ ମଧ୍ୟ ଭଞ୍ଜନଗର ଅଞ୍ଚଳର ଉନ୍ନତି ସକାଶେ ଉଭୟ ମନ୍ତ୍ରୀ ସର୍ବଦା ଚେଷ୍ଟା କରିବେ ବୋଲି କହିଥିଲେ।
ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକ ଙ୍କ ରିପୋର୍ଟ….
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO