ନୂଆପଡା, ଓଡିଶା କଂଗ୍ରେସ କମିଟି ମିଡିଆ ଓ ଯୋଗାଯୋଗ ବିଭାଗରେ ବିଭିନ୍ନ ପଦପଦବୀ ସକାଶେ ବରିଷ୍ଠ କଂଗ୍ରେସ ସଦସ୍ୟଙ୍କ ନାମ ସୁପାରିସ କରିଥିବା ବେଳେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଆନ୍ତରିଣ ସଭାନେତ୍ରୀ ସୋନିଆ ଗାନ୍ଧୀ ଏହାକୁ ଅନୁମୋଦନ କରିଛନ୍ତି । ଏହି ତାଲିକାରେ ଗଣେଶ୍ୱର ବେହେରା ସଭାପତି ରହିଥିବା ବେଳେ ଆବାହକ ଭାବରେ ରହିଛନ୍ତି ସତ୍ୟ ପ୍ରକାଶ ନାଏକ । ଏଥିରେ ସଭ୍ୟ ଭାବରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି । ଶ୍ରୀ ପାଣିଗ୍ରାହୀ ସଭାନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ପୂର୍ବକ ଦେଇଥିବା ଦାୟିତ୍ୱ ନିଷ୍ଠାପର ପାଳନ କରିବେ ବୋଲି କହିଛନ୍ତି । ତାଙ୍କ ନିଯୁକ୍ତିରେ ନୂଆପଡା ଜିଲ୍ଲା କଂଗ୍ରେସ ଖୁସି ଜାହିର କରି ବିଧାୟକଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।