
ଗଞ୍ଜାମ, ଦୀର୍ଘ ଦିନର ଆନ୍ଦୋଳନ ପରେ ଶେଷରେ କାର୍ଯ୍ୟରୁ ବହିଷ୍କୃତ ହୋଇଥିବା ୩ ଅଙ୍ଗନବାଡ଼ି କର୍ମୀଙ୍କୁ ପୁନଃ ନିଯୁକ୍ତି ମିଳିଛି । ସେହି ୩ ଜଣ କର୍ମୀ ହେଲେ କେ. କମଳା, ମଞ୍ଜୁବାଳା ପଣ୍ଡା ଓ ଗିରିଜା ଗୌଡ଼ । ସେମାନଙ୍କୁ ଛତ୍ରପୁର ସିଡ଼ିପିଓ କ୍ରିଷ୍ଣା କୁମାରୀ ନନ୍ଦ ପୁନଃ ନିଯୁକ୍ତି ପ୍ରଦାନ କରିଛନ୍ତି । ସୂଚନା ପ୍ରକାରେ, ଅଙ୍ଗନବାଡ଼ି କର୍ମୀଙ୍କ ୬୦ ବର୍ଷ ପରେ ଅତିରିକ୍ତ ୨ ବର୍ଷ କାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁଯୋଗ ଦିଆଯାଉଛି, କିନ୍ତୁ, ଏହି ୩ ଜଣ କର୍ମୀଙ୍କୁ ୬୦ ବର୍ଷ ପରେ କାର୍ଯ୍ୟରୁ ବିଦା କରାଯାଇଥିଲା ।
ଉକ୍ତ କର୍ମୀ ଆଉ ୨ ବର୍ଷ ନିଯୁକ୍ତି ପାଇଁ ଦାବି କରୁଥିଲେ । ଛତ୍ରପୁର ବ୍ଲକ୍ ଅଙ୍ଗନବାଡ଼ି ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଗତ ୧୪ ତାରିଖରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖୋସଙ୍କ ଅଧ୍ୟକ୍ଷତାରେ ଏକ ଦ୍ୱିପାକ୍ଷିକ ବୈଠକରେ ଏହାର ଏକ ସମାଧାନର ପନ୍ଥା ବାହାର କରାଯାଇ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିଲା ଓ ବହିଷ୍କାର କରାଯାଇଥିବା ୩ ଜଣ କର୍ମୀଙ୍କୁ ୨ ବର୍ଷ ପାଇଁ ପୁନଃ ନିଯୁକ୍ତି ପାଇଁ ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO