-
ସୁନାବେଶରେ କୋଭିଡ ନିୟମ ମାନି ପୁରୀବାସୀଙ୍କୁ ଦର୍ଶନର ସୁଯୋଗ ଦିଆଯାଉ-ପୁରୀଜିଲ୍ଲା ଯୁବ ଅଧିବକ୍ତା ସଙ୍ଘ,
ପୁରୀଜିଲ୍ଲା ଯୁବ ଅଧିବକ୍ତା ସଙ୍ଘର ସଦସ୍ୟ ମାନେ ରଥଯାତ୍ରା ସମୟରେ କର୍ଫୁ ଉଲଂଘନ କାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ସିଂହଦ୍ୱାର ଥାନାରେ ଏତଲା ପ୍ରଦାନ କରିଥିଲେ |ଏହି ଏତଲା ବିଚାରକୁ ନେଇ ପୁରୀଜିଲ୍ଲା ପୋଲିସ ଆରମ୍ଭ କରିଥିବା ପଦକ୍ଷେପକୁ ପୁରୀଜିଲ୍ଲା ଯୁବ ଅଧିବକ୍ତା ସଙ୍ଘର ସଦସ୍ୟ ମାନେ ସ୍ୱାଗତ କରିଛନ୍ତି |କିଛି ଅସାଧୁ ଲୋକ ଛଦ୍ମ ବେଶରେ ଓ ନକଲି ପାସ ଦେଖାଇ ଓ ନକଲି ସେବାୟତ ବେଶରେ ପ୍ରଶାସନକୁ ଠକିବା ସହ କର୍ଫୁ ଉଲ୍ଲଙ୍ଘନ କରିଥିବାର ଲକ୍ଷ୍ୟ କରାଯାଇଥିଲା |ଏବଂ ସେମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନିଆଯାଇଛି ଏବଂ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ |କିଛି ମୁଷ୍ଟିମେୟ ଅସାଧୁ ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ପୁରୀ ସହର ବଦନାମ ହେଉଛି |
ପୁରୀ ସହରର ଶାନ୍ତି ପ୍ରିୟ ଜନ ସାଧାରଣଙ୍କୁ ବଦନାମ କରିବାପାଇଁ ଚେଷ୍ଟା କରୁଛନ୍ତି |ପୋଲିସ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପୁରୀ ସହରର ନିରୀହ ଜନ ସାଧାରଣଙ୍କୁ ହଇରାଣ କରାନଯାଉ |ପୁରୀବାସୀଙ୍କୁ ଆଗାମୀ ସୁନାବେଶରେ କୋଭିଡର ସମସ୍ତ ନିୟମ ମାନି ଦର୍ଶନର ସୁଯୋଗ ଦିଆଗଲେ ପୁରୀଜିଲ୍ଲା ଯୁବ ଅଧିବକ୍ତା ଏବଂ ପୁରୀବାସୀ ମହାପ୍ରଭୁଙ୍କ ଦର୍ଶନର ଅନୁମତି ପ୍ରଦାନ କରାଗଲେ ସମସ୍ତେ ଉପକୃତ ହେବେ |ଏଥିପାଇଁ ସଙ୍ଘ ପକ୍ଷରୁ ଏସପିଙ୍କୁ ଏକ ଲିଖିତ ପତ୍ର ପ୍ରଦାନ କରାଯାଇଛି |ସାକ୍ଷାତ ସମୟରେ ସଂଘର ଆବାହକ ଅନିଲ କୁମାର ସାହୁ, ସଭାପତି ବିଶ୍ୱଜିତ ପ୍ରଧାନ, ସୁଭାଶିଷ ମହାନ୍ତି, ଦେବାଶିଷ ଦାଶ, ମିଥୁନ ଜେନା, ପ୍ରତାପ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ |