ଭୁବନେଶ୍ୱର – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ବାରଙ୍ଗ ତହସିଲ, ବାଙ୍କୀ ତହସିଲ, ମୁଣ୍ଡୁ ମୁହାଣ ନୋଡ଼ାଲ ସ୍କୁଲ ଓ ବାଙ୍କିସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ସମସ୍ତ ମନ୍ତ୍ରୀମାନଙ୍କୁ ଅଚାନକ ପରିଦର୍ଶନ କରିବାକୁ ଦେଇଥିବା ନିଦେ୍ର୍ଧଶ ଅନୁଯାୟୀ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି କଟକ ଜିଲ୍ଲାର ବାରଙ୍ଗ ଓ ବାଙ୍କୀ ତହସିଲ ପରିଦର୍ଶନ କରି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତାର ସମୀକ୍ଷା କରିଥିଲେ । ବସୁନ୍ଧରା ଅନ୍ତର୍ଗତ ଘରଡିହ ପଟ୍ଟା ଆବଂଟନ, ମୁ୍ୟଟେସନ କେସ୍ ଫଇସଲା, ବିଭିନ୍ନ ପ୍ରମାଣପତ୍ର ଯୋଗାଇଦେବା, ସରକାରୀ ଜମି ସୁରକ୍ଷା ଆଦି କାର୍ଯ୍ୟର ୫-ଟି ଆଧାରରେ ସମ୍ପାଦନ ଉପରେ ମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ତହସିଲଦାର ଓ ଅନ୍ୟ କର୍ମଚାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ନିÂା ଓ ସ୍ୱଚ୍ଛତାର ସହ କାର୍ଯ୍ୟକରିବା ସହିତ ସମୟାନୁବର୍ତୀ ସେବା ପ୍ରଦାନପୂର୍ବକ ଓଡ଼ିଶା ଲୋକସେବା ଅଧିକାର ଆଇନ ତଥା ୫-ଟି ମନ୍ତ୍ରର ସଠିକ୍ ପ୍ରଣୟନ କରିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ମୁଣ୍ଡା ମୁହାଣ ନୋଡ଼ାଲ ସ୍କୁଲକୁ ଅଚାନକ ପରିଦର୍ଶନ କରି ସେଠାର ପ୍ରଦାନ କରଯାଉଥିବା ଶିକ୍ଷା ଓ ମଧ୍ୟାହ୍ନେ ଭୋଜନର ମାନ ଉପରେ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳକ ଆଲୋଚନା କରିଥିଲେ । ମଧ୍ୟାହ୍ନ ଭୋଜନର ଗୁଣବତା ପରୀକ୍ଷା କରିବା ପାଇଁ ମନ୍ତ୍ରୀ ନିଜେ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଧିଷ୍ଟ ଖାଦ୍ୟ ଖାଇଥିଲେ ।
ପରେ ପରେ ବାଙ୍କିର ଆହାର କେନ୍ଦ୍ରକୁ ମନ୍ତ୍ରୀ ଅଚାନକ ପରିଦର୍ଶନରେ ଯାଇ ସେଠାରେ ଖାଦ୍ୟ ଖାଇବା ସହ ଖାଦ୍ୟର ମାନ ପରୀକ୍ଷା କରିଥିଲେ । ସେଠାରେ ଖାଦ୍ୟ ଗ୍ରହଣ କରୁଥିବା ଲୋକମାନଙ୍କର ମତ ମଧ୍ୟ ଲୋଡ଼ିଥିଲେ । ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଆହାର କେନ୍ଦ୍ରରେ ଏକ ସୁସ୍ଥ ପରିବେଶ ବଜାୟ ରଖିବାକୁ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପରାମର୍ଶ ଦେଇଥିଲେ ।
Related Stories
November 25, 2024