-
୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ, ୫ ଅଟକ

ରାଉରକେଲା, ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଉପଖଣ୍ଡ ଅନ୍ତର୍ଗତ ରିଓ ଗାଁ ପାଖରେ ଏମଏସଏମଇ ପାର୍କ ନିର୍ମାଣ ପାଇଁ ଆଜି ଜମି ଅଧିଗ୍ରହଣ ବେଳେ ସେଠାରେ ଉତେଜନା ପ୍ରକାଶ ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ପାର୍କ ପାଇଁ ଜମି ଅଧିଗ୍ରହଣକୁ ବିରୋଧ କରୁଛନ୍ତି ରିଓ ଓ ପାଖ ଗାଁର ଲୋକେ ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୩ ଦିନ ତଳେ ରାଉରକେଲାରେ ଏକ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ଚିହ୍ନଟ ହୋଇଥିବା ଜାଗାରେ ମହାନଗର ନିଗମ କାମ ଆରମ୍ଭ କରିଥିବା ବେଳେ ତାକୁ ମଧ୍ୟ ଆଦିବାସୀ ମାନେ ବିରୋଧ କରି କାମକୁ ବନ୍ଦ କରିଛନ୍ତି । ଏହିଭଳି ଅନେକ ପ୍ରକଳ୍ପକୁ ସ୍ଥାନୀୟ ବାସିନ୍ଦା ବନ୍ଦ କରିବାକୁ ଲାଗିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ଦାବି କ୍ରମେ ଜାତୀୟ ଆଦିବାସୀ କମିଶନ ବାସଚ୍ୟୁତ ମାନଙ୍କ ଜାଗାରେ କୌଣସି ପ୍ରକଳ୍ପ ନକରିବା ପାଇଁ ସରକାରଙ୍କୁ ଅତୀତରେ ତାଗିଦ୍ କରିବା ସତ୍ୱେ ସେମାନଙ୍କ ସହିତ ବୁଝାମଣା କରାନଯାଇ ଏଭଳି ପ୍ରକଳ୍ପ ଗୁଡିକୁ ରାତିଅଧିଆ ଆରମ୍ଭ କରାଯାଉଥିବାରୁ ସମସ୍ୟା ମାନ ସୃଷ୍ଟି ହେଉଥିବା ନେଇ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO