କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶୁକ୍ରବାର ଶ୍ରୀକ୍ଷେତ୍ରରେ ହେରପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି। ଜଗତ୍ଜନନୀ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଶ୍ରୀଗୁଣ୍ଡିଚା ଶ୍ରୀମନ୍ଦିର ଅଭିମୁଖେ ବିଜେ କରିଥିଲେ |ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଶରଧାବାଲିରେ ନନ୍ଦିଘୋଷ ରଥ ଚକ ଭାଙ୍ଗିଥିଲେ |ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀଙ୍କୁ ପରେ ପାଳିଆ ସେବାୟତମାନେ ବେଶ କରିଵା ପରେ ଘଣ୍ଟ, ଛତା ଓ କାହାଳୀ ସହ ସେବାୟତଙ୍କ ଗହଣରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶରଧାବାଲି ଅଭିମୁଖେ ବିଜେ କରିଥିଲେ |ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟାଧୂପ ପୂଜା ସମୟରେ ମହାଲକ୍ଷ୍ମୀ ଜଗମୋହନକୁ ବିଜେ କରିଥିଲେ |ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗଲାଗି ଆଜ୍ଞା ମାଳ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯାଇଥିଲା ।
ବାହୁଡ଼ାଯାତ୍ରାରେ ଭାଇଭଉଣୀଙ୍କ ସହ ଶ୍ରୀମନ୍ଦିରକୁ କରିବେ ଫେରିବା ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଶ୍ରୁତି ଦେଇଥିଲେ |ଏହାପରେ ମହାଲକ୍ଷ୍ମୀ ଶ୍ରୀମନ୍ଦିର ଅଭିମୁଖେ ବାହୁଡା଼ ବିଜେ କରିଥିଲେ |ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କୁ ସାଥୀରେ ନେଇନଥିବାରୁ ଅଭିମାନରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଗୋଟିଏ ଚକ ଭାଙ୍ଗିବା ପରମ୍ପରା ନୀତି ଅନୁଷ୍ଠିତ ହୋଇଥିଲା। ରଥ ନିକଟରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା କରାଯାଇ ଥିଲା|