ଭଞ୍ଜନଗର – ବିଜୁ ଜନତା ଦଳ ତରଫରୁ ଅକ୍ଟୋବର 2 ତାରିଖରୁ ଅକ୍ଟୋବର 31ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ସମସ୍ତ ବର୍ଗ ର ଲୋକଙ୍କ ନିକଟରେ ପହଂଚିବା ପାଇଁ ଜନ ସମ୍ପର୍କ ପଦଯାତ୍ରା ପାଳନ କରାଯାଉଛି l ରାଜ୍ୟର ବିକାଶ ରେ ବିଜେଡି ପ୍ରମୁଖ ଭୂମିକା ନେଇଥିବାରୁ 5ମ ଥର ପାଇଁ ମଧ୍ୟ ରାଜ୍ୟବାସୀ ଙ୍କର ପ୍ରିୟ ପାତ୍ର ହୋଇପାରିଛି l ଆଜି ଭଞ୍ଜନଗର ବିଜୁ ଜନତା ଦଳ ବାରୁଡ଼ା ପଞ୍ଚାୟତ ରେ ଜନସମ୍ପର୍କ ପଦଯାତ୍ରା ଶୁଭାରମ୍ଭ କରିଛି l ସକାଳ ସାଢେ 9 ଟା ସମୟରେ ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ, ପରିବେଶ ଓ ସଂସଦିୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ନେତୃତ୍ୱ ରେ ଶହ ଶହ କର୍ମୀଙ୍କ ଉପସ୍ଥିତି ରେ ରାଇପଲ୍ଲୀ ଠାରେ ପଦଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏହାପରେ ଅଡଙ୍ଗ ପାରି, ଉଲୁଦନ, ବାହକ ପଲ୍ଲୀ, ନୂଆ ଟାଙ୍ଗଣ, ଟାଙ୍ଗଣ, କାଦ ଲୁଣ୍ଡି ଓ ଲେମ୍ଭେଇ ଠାରେ ପଦଯାତ୍ରା ଓ ସାଧାରଣ ସଭା ହୋଇଥିବା ବେଳେ କାଦ ଲୁଣ୍ଡି ଠାରେ ଅଙ୍ଗନବାଡି ଗୃହ ଉଦଘାଟନ ଏବଂ ଲେମ୍ଭେଇ ଠାରେ ବିଜୁ ଯୁବ ବିକାଶ କେନ୍ଦ୍ର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କେନ୍ଦ୍ର ଓ ଯାତ୍ରୀ ବିଶ୍ରାମା ଗାର କୁ ମନ୍ତ୍ରୀ ଉଦଘାଟନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକ ବିଜେଡି ସଭାପତି ରାଜେନ୍ଦ୍ର ପ୍ରଧାନ, ଏନ୍. ଏ.ସି ସଭାପତି ରାଜେନ୍ଦ୍ର ବିଷୋୟୀ, ବ୍ଲକ ଅଧ୍ୟକ୍ଷl ବିନ ଦଳବେହେରା, ଉପାଧ୍ୟକ୍ଷ ଜିତେନ୍ଦ୍ର ଆରୁଖ, ଦିବାକର ନାୟକ, ଶୁଳପାଣି ଶତପଥୀ, ଚିଦାନନ୍ଦ ସ୍ୱାଇଁ ଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ l