
ଭୁବନେଶ୍ୱର – ଆଜି ବିଭାଗୀୟ ସ୍ଥାୟୀ କମିଟି-୭ର ଷÂ ବୈଠକ ଏହାର ଅଧ୍ୟକ୍ଷ ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି ।
ବିଧାନସଭା ପ୍ରକୋÂ ନଂ. ୫୫ରେ ଅନୁÂିତ ଏହି କମିଟି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର କାର୍ଯ୍ୟାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ବିଧାୟିକା ଶ୍ରୀମତୀ ଉଷାଦେବୀ, ବିଧାୟକ ଶ୍ରୀ ବିଷ୍ଣୁଚରଣ ଦାସ, ଶ୍ରୀ ଦାଶରଥୀ ଗମାଙ୍ଗୋ, ଶ୍ରୀ ଧ୍ରୁବଚରଣ ସାହୁ, ଶ୍ରୀ ସୁବାସ ଚନ୍ଦ୍ର ବେହେରା, ଶ୍ରୀ ସନାତନ ବିଜୁଳି ଅଂଶଗ୍ରହଣ କରିଥିଲେ । ଏଥିରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଜି. ଶ୍ରୀନିବାସ, ପରିବହନ କମିଶନର ଶ୍ରୀ ସଞ୍ଜୀବ ପଣ୍ଡା, ପୋଲିସ ଅତିରିକ୍ତ ମହାନିଦେ୍ର୍ଧଶକ ତଥା ଓଡ଼ିଶା ସରକାରୀ ପ୍ରେସର ନିଦେ୍ର୍ଧଶକ ଶ୍ରୀ ମହେନ୍ଦ୍ର ପ୍ରତାପ, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀ, ବାଣିଜ୍ୟ ଓ ପରିବହନ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ ମନୋଜ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ଭୂୟାଁଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗର ବରିÂ ପଦାଧିକାରୀ ଉପସ୍ଥିତ ଥିଲେ ।