
ଏହି ରେଳ ପ୍ରକଳ୍ପଗୁଡ଼ିକ ମଧ୍ୟରେ ନୂଆକରି ପୁନଃ ବିକଶିତ ହୋଇଥିବା ଗାନ୍ଧିନଗର ରାଜଧାନୀ ରେଳଷ୍ଟେସନ, ଗଜ ପରିବର୍ତିତ ତଥା ବିଦ୍ୟୁତିକୃତ ମେହସାଣା-ବରେଠା ଲାଇନ ଓ ନୂଆକରି ବିଦ୍ୟୁତିତିକରଣ ହୋଇଥିବା ସୁରେନ୍ଦ୍ରନଗର-ପିପାଭାବ ସେକ୍ସନ ସାମିଲ ରହିଛି ।
ପ୍ରଧାନମନ୍ତ୍ରୀ ଦୁଇଟି ନୂଆ ଟ୍ରେନ ଯଥା ଗାନ୍ଧିନଗର ରାଜଧାନୀ-ବାରାଣସୀ ସୁପରଫାଷ୍ଟ ଏକ୍ସପ୍ରେସ୍ ଓ ଗାନ୍ଧିନଗର ରାଜଧାନୀ ଓ ବରେଠା ମଧ୍ୟରେ ମେମୁ ସର୍ଭିସ୍ ଟ୍ରେନଗୁଡ଼ିକର ଚଳାଚଳକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ ।