-
ପୁରୀ ପୌରାଚଂଳରୁ ସର୍ବାଧିକ ୧୯ ପଜିଟିଭ୍ ଚିହ୍ନଟ

ପୁରୀ, ପୁରୀ ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ନୂଆ ୧୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ ହୋମ୍ ଆଇସୋଲେସନ ରଖାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଅସ୍ତରଙ୍ଗ ବ୍ଲକରୁ ସର୍ବାଧିକ ୧୫ ଜଣ, ବ୍ରହ୍ମଗିରିରୁ ୪ ଜଣ, ଡ଼େଲାଙ୍ଗ ବ୍ଲକରୁ ୬ ଜଣ, ଗୋପ ବ୍ଲକରୁ ୧୦ ଜଣ, କାକଟପୁର ବ୍ଲକରୁ ୭ ଜଣ ଏବଂ କଣାସ ବ୍ଲକରୁ ୬ ଜଣ ଏବଂ କୋଣାର୍କ ବିଜ୍ଞାପିତ ଅଂଚଳରୁ ୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ନିମାପଡ଼ା ବ୍ଲକରୁ ୯ ଜଣ, ନିମାପଡ଼ା ବିଜ୍ଞାପିତ ଅଂଚଳରୁ ଜଣେ, ପିପିଲି ବ୍ଲକରୁ ୫ ଜଣ, ପିପିଲି ବିଜ୍ଞାପିତ ଅଂଚଳରୁ ୫ ଜଣ, ପୁରୀ ସଦର ବ୍ଲକରୁ ୧୧ ଜଣ ଏବଂ ପୁରୀ ପୌରାଚଂଳରୁ ସର୍ବାଧିକ ୧୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନୁରୂପ ଭାବେ ସତ୍ୟବାଦୀ ବ୍ଲକରୁ ୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏବଂ ପୁରୀ ଜିଲ୍ଲାରେ ରହୁଥିବା କଟକ ଜିଲ୍ଲାର ୨ ଜଣ ବାସିନ୍ଦା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ଗତକାଲି ୧୬୯ ଜଣ ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO