କନ୍ଧମାଳ – କନ୍ଧମାଳ ଜିଲ୍ଲାରେ ଜାଲ ସାର୍ଟିଫିକେଟ ମାଧ୍ୟମରେ ଚାକିରୀ କରିଥିବା କର୍ମଚାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ତମାନ ଜାଲ ସାର୍ଟିଫିକେଟ ମାଧ୍ୟମରେ ଶିକ୍ଷକ ଚାକିରୀ ହାତେଇଥିବା ପ୍ରାର୍ଥୀ ଓ ପ୍ରାର୍ôଥନୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଫଳରେ ଏନେଇ ଗଣଶିକ୍ଷା ବିଭାଗ ସଚିବଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରତି ବ୍ଲକରେ ବିଇଓ ମାନେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସାର୍ଟିଫିକେଟ ଯାଂଚ କରୁଛନ୍ତି । ଫଳରେ କିଛି ଜାଲ୍ ଶିକ୍ଷକ ଭୟରେ ଚାକିରୀ ଛାଡି ଫେରାର୍ ହୋଇଯାଇଥିବା ବେଳେ କିଛି ଶିକ୍ଷକଙ୍କୁ ପ୍ରଶାସନ ଚାକିରୀରୁ ବହିଷ୍କୃତ ମଧ୍ୟ କରିଛି । ସେହିପରି ଜାଲ୍ ଜାତିଗତ ପ୍ରମାଣପତ୍ର ମାଧ୍ୟମରେ ଶହ ଶହ ଲୋକ ଚାକିରୀ କରୁଥିବା ନେଇ କାର୍ଯ୍ୟାନୁଷ୍ଠାନ ଦାବୀ କରି କୁଇ ସମାଜ ସମନ୍ୱୟ ସମିତି ମଧ୍ୟ ଗତ ୨୦୦୮ ରୁ ଆନ୍ଦୋଳନ କରିଆସୁଛି । ଏହାସତ୍ୱେ ଜାଲ୍ ସାର୍ଟିଫିକେଟଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ଜାଲ୍ ସାର୍ଟିଫିକେଟଧାରୀ ନିର୍ଭୟରେ ପୁଣି ସରକାରୀ ଚାକିରୀ କରିବାକୁ ଆଗେଇ ଆସୁଛନ୍ତି । ଏମିତି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅଂଚଳରୁ ।
ଚକାପାଦ ବ୍ଲକ ଲାଇନପଡା ପଂଚାୟତର ସୁନାପାଙ୍ଗା, ନୂଆସାହୀ ଅଂଚଳର ସରିତା ନାୟକ ନାମକ ଜଣେ ପ୍ରାର୍ôଥନୀ ଜାଲ୍ ସାର୍ଟିଫିକେଟ ଦାଖଲ କରି ଚାକିରୀ କରିଥିବା ଅଭିଯୋଗ ହେଉଛି । ତେବେ, ଏନେଇ ଜଣେ ଆରଟିଆଇ ଯୋଗେ ଆଶାକର୍ମୀ ସରିତା ନାୟକ ଦାଖଲ କରିଥିବା ସ୍କୁଲ ଲିଭିଙ୍ଗ୍ ସାର୍ଟିଫିକେଟ୍ ଓ ଭୋଟର ପରିଚୟପତ୍ର, ମାର୍କଲିଷ୍ଟ ଆଦି ଜାଣିବାକୁ ଚାହିଁଥିଲେ । ତେବେ, ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବ୍ଲକ ପବ୍ଲିକ ହେଲଥ୍ ଅଫିସର ଏନେଇ ସୂଚନା ଦେଇଥିଲେ ଯେ, ନୂଆସାହି ସୁନାପାଙ୍ଗା ଅଂଚଳର ଆଶାକର୍ମୀ ଯିଏକି କାର୍ଯ୍ୟରତ ଅଛନ୍ତି । ତାଙ୍କ ନାମ ସରିତା ବେହେରା ଆଉ ଭୋଟର ପରିଚୟ ପତ୍ରରେ ତାଙ୍କ ନାଁ ସରିତା ନାଏକ ଥିବା ଜଣାଇଛନ୍ତି । ଏବଂ ସରିତା ଦାଖଲ କରିଥିବା ସାର୍ଟିଫିକେଟ ମଧ୍ୟ ଜାଲ୍ ବୋଲି ଜଣାପଡିଛି । ସରିତା ବେହେରା ଚାକିରୀ ସମୟରେ ତୋଟାଗୁଡା ଉ.ପ୍ରା. ବିଦ୍ୟାଳୟରୁ ୧୯୯୯ ମସିହାରେ ସପ୍ତମ ଶ୍ରେଣୀ ପାସ୍ କରିନାହାଁନ୍ତି । ଏଣୁ ସରିତା ବେହେରା ପିତା ସନ୍ୟାସୀ ବେହେରା ନାମରେ ଏହି ବିଦ୍ୟାଳୟରୁ କୋ÷ଣସି ପ୍ରମାଣପତ୍ର ଓ ମାର୍କସିଟ ପ୍ରଦାନ କରାଯାଇନଥିବା କଥା ବିଇଓ ଚକାପାଦ ଜଣାଇଛନ୍ତି । ତେବେ, ଭଗବତୀ ବେହେରା ପିତା ସନ୍ୟାସୀ ବେହେରା ନାମରେ ଜଣେ ଛାତ୍ରୀ ୧୯୯୯ ରେ ସପ୍ତମ ଶ୍ରେଣୀରେ ପାସ୍ କରିଛନ୍ତି ଓ ସେ ନେଇଥିବା ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର କ୍ରମିକ ନଂ ୩୧/୧୦, ତା.୩୦/୦୪/୨୦୧୦ । ଏନେଇ ବ୍ରାହ୍ମଣପାଦ ମେଡିକାଲ ଅଫିସର ଚିଠି ନଂ ୩୯୨, ତା.୦୯/୦୫/୨୦୧୯ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କନ୍ଧମାଳ, ସହକାରୀ ମ୍ୟାନେଜର ଆଶାଙ୍କୁ ଜଣାଇଛନ୍ତି । ତେବେ, ଏହାର ତଦନ୍ତ କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ କରିଥିବା ଆଶାକର୍ମୀଙ୍କୁ ଚାକିରୀରୁ ବହିଷ୍କାର କରିବା କଥା ଓ ଉକ୍ତ ସ୍ଥାନରେ ଅନ୍ୟଜଣେ ମହିଳାଙ୍କୁ ନିଯୁକ୍ତି ଦେବା ପରିବର୍ତେ ଏଯାଏଁ ଜାଣିଶୁଣି ସଂପୃକ୍ତ ଆଶାକର୍ମୀଙ୍କ ଠାରୁ ମୋଟାଅଙ୍କର ଅର୍ଥ କୁଆଡେ ନେଇ ଘଟଣାକୁ ଚପାଇ ରଖିଥିବା ଅଭିଯୋଗ ହେଉଛି । ତୁରନ୍ତ ସଂପୃକ୍ତ ଜାଲ୍ ସାର୍ଟିଫିକେଟଧାରୀ ଆଶାକର୍ମୀଙ୍କୁ ଚାକିରୀରୁ ବହିଷ୍କାର କରିବାପାଇଁ ସାଧାରଣରେ ଦାବୀ ହେଉଛି । ତେବେ, ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସମୀର କୁମାର ଦାସଙ୍କୁ ପଚାରିବାରେ ଏହାର ତଦନ୍ତ କରାଯିବା ପରେ ଜାଲିଆତି କରି ଚାକିରୀ କରିଥିବା ପ୍ରମାଣିତ ହେଲେ ଚାକିରୀରୁ ବହିଷ୍କାର କରାଯିବାରେ କୋ÷ଣସି ଅସୁବିଧା ନାହିଁ ବୋଲି କହିଛନ୍ତି ।