
ପୁରୀ,କେନ୍ଦ୍ର ସରକାରଙ୍କ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶକୀୟ ଜିନିଷର ଦରବୃଦ୍ଧି ପ୍ରତିବାଦରେ ସିପିଆଇ, ସିପିଏମ, ସିପିଆଇଏମଏଲ୍, କଂଗ୍ରସ ପକ୍ଷରୁ ବ୍ରହ୍ମଗିରି ବନ୍ଦ କରାଯାଇଥିଲା । ପେଟ୍ରୋଲ, ଡିଜେଲ ଓ ଅତିଶୟ ଦରବୃଦ୍ଧିକୁ ବିରୋଧ କରି ବ୍ୟାଙ୍କ, ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଆଗରେ ଦଳୀୟ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସିପିଆଇ ନେତା ବ୍ରଜବନ୍ଧୁ ପ୍ରଧାନ, ସିପିଏମ ର ଭୀମସେନ ସ୍ୱାଇଁ, କଂଗ୍ରେସର ପଞ୍ଚାନନ ମହାପାତ୍ର, ଚାଷୀମୂଲିଆ ସଂଘର ବଟକୃଷ୍ଣ ସ୍ୱାଇଁ ଓ କୃଷକ ନେତା ତପନ ଉପାଧ୍ୟାୟ, ହରିହର ସେନାପତି, ସହଦେବ ମହାରଣା, ବନବାସୀ ମହାପାତ୍ର, ପୀତବାସ ବେହେରା, ବିଦ୍ୟାଧର ସାହୁ, ବିଦ୍ୟାଧର ଦଳାଇ, ସୁବଳ ଦଳାଇ ପ୍ରମୁଖ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।